ଆଜି ପ୍ରଥମାଷ୍ଟମୀ; ଏଣ୍ଡୁରି ପିଠାର ବାସ୍ନାରେ ମହକୁଛି ଓଡ଼ିଆ ଘର
- Published: Saturday, 11 November 2017
- , Updated: 11 November 2017, 07:47 AM IST
<p>ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଆଉ ଏଥିପାଇଁ ଛେନା, ଗୁଡ, ନଡ଼ିଆ, ଚାଉଳ ଓ ବିରି ସହ ହଳଦୀପତ୍ରର ବ୍ୟବହାର କରାଯାଇଥାଏ। ସକାଳୁ ସକାଳୁ ପରିବାରର ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜା କରାଯାଇ ଏଣ୍ଡୁରି ପିଠା ଖାଇବାକୁ ଦିଆଯାଇଥାଏ।</p>