ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ Y91i ଲଞ୍ଚ କରିଛି। ବର୍ତ୍ତମାନ ଏହା ଅଫ୍ଲାଇନ୍ ଷ୍ଟୋର୍ରେ ବିକ୍ରି ପାଇଁ ଉପଲବ୍ଧ। ଏହାର ଏକ ବିଶେଷତ୍ତ୍ୱ ହେଉଛି ଏଥିରେ ୬.୨୨ ଇଞ୍ଚ୍ର HD+ ଡ୍ୟୁଡ୍ରପ୍ ଡିସ୍ପ୍ଲେ ଦିଆଯାଇଛି। ଭାରତରେ ଏହାର ୧୬ ଜିବି ଷ୍ଟୋରେଜ୍ର ମୂଲ୍ୟ ୭,୯୯୦ ଟଙ୍କା ଓ ୩୨ଜିବି ଷ୍ଟୋରେଜର ମୂଲ୍ୟ ୮,୪୯୦ ଟଙ୍କା ରଖାଯାଇଛି।
ଗ୍ରାହକ ଏହି ଫୋନ୍କୁ ଫ୍ୟୁଜନ୍ ବ୍ଲାକ୍ ଓ ଓସେନ୍ ବ୍ଲୁ କଲର ଅପଶନ୍ରେ କିଣିପାରିବେ। ଅନଲାଇନ୍ ଷ୍ଟୋର୍ରେ କେବେ ବିକ୍ରି ହେବ ତାହା ଜଣାପଡ଼ି ନାହିଁ। ଚଳିତବର୍ଷ ଆରମ୍ଭରେ Y91କୁ ଲଞ୍ଚ କରାଯାଇଥିଲା । Y91(2GB/32GB)ର ବର୍ତ୍ତମାନର ମୂଲ୍ୟ ୯୯୯୦ ଟଙ୍କା ରହିଛି।
ଡୁଆଲ ସିମ୍ ସପୋର୍ଟ ଥିବା ଏହି ଫୋନ୍ ଆଣ୍ଟ୍ରଏଡ 8.1 ଓରିଓ ବେସ୍ଡ ଫନ୍ଟଚ୍ OS 4.5ରେ ଚାଲିଥାଏ। ଏଥିରେ 19:9 ରେସିଓ ସହ ୬.୨୨ ଇଞ୍ଚ୍ର HD+ (1520x720 ପିକ୍ସେଲ୍) ଫୁଲ୍ ଇନ୍-ସେଲ୍ ଡିସ୍ପ୍ଲେ ଦିଆଯାଇଛି। ଏଥିରେ ୨ଜିବି ରାମ୍ ସହ ଅକ୍ଟାକୋର MediaTek Helio P22 (MT6762R) ପ୍ରୋସେସର ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ LED ଫ୍ୟାଶ୍ ସହ ୧୩ ମେଗା ପିକ୍ସେଲର ରିୟର କ୍ୟାମେରା ଓ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ ବିୟୁଟି, ଟାଇମଲ୍ୟାପ୍ସ, ପାମ୍ କ୍ୟାପ୍ଚର ଓ ଭଏସ୍ କଣ୍ଟ୍ରୋଲ ପରି ଫିଚର ଦିଆଯାଇଛି। ଏଥିସହ ଫୋନ୍ରେ 4,030mAhର ବ୍ୟାଟେରୀ ରହିଛି।