ଏସବୁ ଆକାଉଣ୍ଟ ଡିଲିଟ୍‌ କରିବ ହ୍ୱାଟ୍ସଆପ୍‌

ନୂଆଦିଲ୍ଲୀ: ଫେକ୍‌ନ୍ୟୁଜ୍‌ ବିରୋଧରେ ଲଢ଼ିବାପାଇଁ ଲୋକପ୍ରିୟ ତଥା ଫେସବୁକ୍‌ ମାଲିକାନାରେ ଥିବା ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ପ୍ରତି ମାସରେ ୨୦ ଲକ୍ଷ ଆକାଉଣ୍ଟ ଡିଲିଟ୍‌ କରୁଛି। ଏନେଇ ଏହି କମ୍ପାନୀ ଏକ ଶ୍ୱେତପତ୍ର ମଧ୍ୟ ଜାରି କରିଛି। ହ୍ୱାଟ୍ସଆପ୍‌ ଆହୁରି ମଧ୍ୟ କହିଛି ଯେ, ଅଧିକ ମାତ୍ରାରେ ବା ଏକାଥରକେ ବିପୁଳ ପରିମାଣରେ ମେସେଜ୍‌ କରୁଥିବା ୟୁଜର ଚିହ୍ନଟ ପାଇଁ ଏହା ୟୁଜରଙ୍କ ରିପୋର୍ଟ କରିବା ଉପରେ ନିର୍ଭର କରୁଛି। ଏତଦ୍‌ବ୍ୟତୀତ ସନ୍ଦେହଜନକ ଆକାଉଣ୍ଟ ଠାବ କରିବାପାଇଁ […]

whatsapp

Subrat Kumar Nayak
  • Published: Tuesday, 12 February 2019
  • , Updated: 12 February 2019, 10:49 PM IST

ନୂଆଦିଲ୍ଲୀ: ଫେକ୍‌ନ୍ୟୁଜ୍‌ ବିରୋଧରେ ଲଢ଼ିବାପାଇଁ ଲୋକପ୍ରିୟ ତଥା ଫେସବୁକ୍‌ ମାଲିକାନାରେ ଥିବା ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ପ୍ରତି ମାସରେ ୨୦ ଲକ୍ଷ ଆକାଉଣ୍ଟ ଡିଲିଟ୍‌ କରୁଛି। ଏନେଇ ଏହି କମ୍ପାନୀ ଏକ ଶ୍ୱେତପତ୍ର ମଧ୍ୟ ଜାରି କରିଛି।

ହ୍ୱାଟ୍ସଆପ୍‌ ଆହୁରି ମଧ୍ୟ କହିଛି ଯେ, ଅଧିକ ମାତ୍ରାରେ ବା ଏକାଥରକେ ବିପୁଳ ପରିମାଣରେ ମେସେଜ୍‌ କରୁଥିବା ୟୁଜର ଚିହ୍ନଟ ପାଇଁ ଏହା ୟୁଜରଙ୍କ ରିପୋର୍ଟ କରିବା ଉପରେ ନିର୍ଭର କରୁଛି। ଏତଦ୍‌ବ୍ୟତୀତ ସନ୍ଦେହଜନକ ଆକାଉଣ୍ଟ ଠାବ କରିବାପାଇଁ ହ୍ୱାଟ୍ସଆପ୍‌ ମେଶିନ୍‌ ଲର୍ଣ୍ଣି ଟେକ୍ନୋଲୋଜି ଆପଣାଇବ। ଯେତେବେଳେ ବି ଏବଂ ଯଦି ବି ଅସ୍ୱାଭାବିକ କାରବାର ନଜ ଆସିଲା ହ୍ୱାଟ୍ସଆପ୍‌ କାର୍ଯ୍ୟାନୁଷ୍ଠାନ ନେବ।

ବ୍ୟବହାରକାରୀଙ୍କ ଇଚ୍ଛା ବା ମନ ଭିତରେ କ’ଣ ଅଛି ଦୂରର କଥା, ଏକାବଳକେ ପୁଳାଏ ମେସେଜ୍‌ ପଠାଇବା ହ୍ୱାଟ୍ସଆପ୍‌ର ନିୟମ ବିରୋଧୀ। ଏହାକୁ ବନ୍ଦ କରିବା ହ୍ୱାଟ୍ସଆପ୍‌ର କର୍ତ୍ତବ୍ୟ ବୋଲି ଏହି କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି। ଅନ୍ୟପକ୍ଷରେ ସନ୍ଦିଗ୍ଧ ଲିଙ୍କ ଉପରେ ମଧ୍ୟ ନଜର ରଖାଯିବ ବୋଲି ସେ କହିଛନ୍ତି।

Related story