ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନରୁ ୬୮ ଓ ଲୋକାଲ୍ କେସ୍ ୨୦୩ ରହିଛି।
https://twitter.com/bmcbbsr/status/1315599232460451841?s=20
ସେହିପରି ଆଜି ୩୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆଜି ରସୁଲଗଡ଼ରୁ ୧୦, ବରମୁଣ୍ଡା ଓ ଆଇଆର୍ସି ଭିଲେଜରୁ ୯, ନୟାପଲ୍ଲୀ ଓ ଭିଏସ୍ଏସ୍ ନଗରରୁ ୮, ପାତ୍ରପଡ଼ାରୁ ୭, ସୁନ୍ଦରପଦା ଓ ଖଣ୍ଡଗିରିରୁ ୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।