୩୦ ସାଂସଦ, ସଂସଦର ୫୦ରୁ ଅଧିକ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ: ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣ ସାଂସଦ ଏବଂ ସଂସଦର ୫୦ ରୁ ଅଧିକ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ  କରୋନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହି ପରୀକ୍ଷାରେ ପ୍ରାୟ ୩୦ ସାଂସଦ, ସଂସଦର ୫୦ରୁ ଅଧିକ କର୍ମଚାରୀ ଏବଂ ରାଜ୍ୟସଭା ସଚିବ କରୋନାରେ ଆକ୍ରାନ୍ତ ଅଛନ୍ତି। ଆକ୍ରାନ୍ତ ସାଂସଦ […]

corona-34

Subhransu Sekhar
  • Published: Monday, 14 September 2020
  • , Updated: 14 September 2020, 08:15 PM IST

ନୂଆଦିଲ୍ଲୀ: ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣ ସାଂସଦ ଏବଂ ସଂସଦର ୫୦ ରୁ ଅଧିକ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ  କରୋନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହି ପରୀକ୍ଷାରେ ପ୍ରାୟ ୩୦ ସାଂସଦ, ସଂସଦର ୫୦ରୁ ଅଧିକ କର୍ମଚାରୀ ଏବଂ ରାଜ୍ୟସଭା ସଚିବ କରୋନାରେ ଆକ୍ରାନ୍ତ ଅଛନ୍ତି। ଆକ୍ରାନ୍ତ ସାଂସଦ ଏବଂ କର୍ମଚାରୀ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି।

ତେବେ ଏହା ପୂର୍ବରୁ ୧୭ ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ, ଏହି ୧୭ ସାଂସଦଙ୍କ ମଧ୍ୟରୁ ୧୨ ଜଣ ବିଜେପିର, ଦୁଇଜଣ YSR କଂଗ୍ରେସ ଏବଂ ଜଣେ ଶିବସେନା, ଡିଏମକେ ଏବଂ ଆରଏଲପିରୁ ରହିଛନ୍ତି।

Related story