ରାଜ୍ୟରେ ଆଖି ବୁଜିଲେ ୭ କରୋନା ଆକ୍ରାନ୍ତ, କଟକରୁ କେବଳ ୩

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାଜନିତ ମୃତ୍ୟୁ ଗ୍ରାଫ୍‌ କ୍ରମାଗତ ଭାବେ କମିବା ପରେ ଆଜି ଏହା ସାମାନ୍ୟ ଉପରମୁହାଁ ହୋଇଥିବା ଜଣାଯାଇଛି। ଗତକାଲି ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୭ ରହିଛି।   ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।   ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

corrona-5

Niharika Rout
  • Published: Monday, 07 December 2020
  • , Updated: 07 December 2020, 12:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାଜନିତ ମୃତ୍ୟୁ ଗ୍ରାଫ୍‌ କ୍ରମାଗତ ଭାବେ କମିବା ପରେ ଆଜି ଏହା ସାମାନ୍ୟ ଉପରମୁହାଁ ହୋଇଥିବା ଜଣାଯାଇଛି। ଗତକାଲି ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୭ ରହିଛି।   ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।   ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

୭ ମୃତକ ପୁରୁଷ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ  କଟକରେ କେବଳ ୩ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ପୁରୀ, ସୁନ୍ଦରଗଡ଼, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

କଟକରେ ଆଖି ବୁଜିଥିବା ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୭୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୬୪ ବର୍ଷୀୟ ବୃଦ୍ଧ ବୋଲି ଜଣାପଡ଼ିଛି।

ଏହାବ୍ୟତୀତ ପୁରୀରୁ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସମେତ, ସୁନ୍ଦରଗଡ଼ ଜିଲ୍ଲାରୁ  ୬୩ ବର୍ଷ ବୟସ୍କ ବୃଦ୍ଧ . ଜଗତସିଂହପୁର ଜିଲ୍ଲାରୁ  ୫୯ ବର୍ଷ ବୟସ୍କ ବ୍ୟକ୍ତି ଓ  ବାଲେଶ୍ୱର ଜିଲ୍ଲାରୁ  ଜଣେ  ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

Related story