କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌‌, ରାଜ୍ୟରେ ପୁଣି ଗଲା ୧୩ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌। ଆଜି ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା କରୋନା ୧୨୭୨ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ସେହିପରି ନୂଆପଡାରୁ ୩, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, ସୁନ୍ଦରଗଡ଼ରୁ ଓ ମାଲକାନଗିରି ଜଣେ ଲେଖାଏଁ କରୋନା […]

Corona-4-1-1

Tapaswini Nayak
  • Published: Tuesday, 27 October 2020
  • , Updated: 27 October 2020, 11:59 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌। ଆଜି ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା କରୋନା ୧୨୭୨ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ସେହିପରି ନୂଆପଡାରୁ ୩, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, ସୁନ୍ଦରଗଡ଼ରୁ ଓ ମାଲକାନଗିରି ଜଣେ ଲେଖାଏଁ କରୋନା ରୋଗୀ ଆଖି ବୁଜିଛନ୍ତି।

ଆଜି ସୁଦ୍ଧା ୨୮୩୯୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୨୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୬୧୦୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୬୫୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଚିକିତ୍ସିତ ଓ ହୋମ୍‌ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଛନ୍ତି। ୫୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।