ରାଜ୍ୟରେ ଚିହ୍ନଟ ହେଲେ ୨୧୯୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ୩ଶହ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୧୯୬ ନୂଆ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୯୨୨ ହେଉଛି ଲୋକାଲ୍ କେସ୍‌।   ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୭୫, ସୁନ୍ଦରଗଡ଼ରୁ ୧୪୦, ମୟୂରଭଞ୍ଜରୁ ୧୧୯, ଯାଜପୁରରୁ ୧୧୩, ନୂଆପଡ଼ାରୁ ୧୦୮, ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୦୪ ଆକ୍ରାନ୍ତ ଚିହ୍ନଟ […]

corrona-4

Niharika Rout
  • Published: Saturday, 17 October 2020
  • , Updated: 17 October 2020, 11:57 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୧୯୬ ନୂଆ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୯୨୨ ହେଉଛି ଲୋକାଲ୍ କେସ୍‌।  

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୭୫, ସୁନ୍ଦରଗଡ଼ରୁ ୧୪୦, ମୟୂରଭଞ୍ଜରୁ ୧୧୯, ଯାଜପୁରରୁ ୧୧୩, ନୂଆପଡ଼ାରୁ ୧୦୮, ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭ ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୯୪, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡ଼ାରୁ ୮୨, ବରଗଡ଼ରୁ ୮୦, ପୁରୀରୁ ୭୭ ଏବଂ ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୭୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ସୁବର୍ଣ୍ଣପୁରରୁ ୭୦,କେନ୍ଦୁଝରରୁ ୬୭, ନବରଙ୍ଗପୁରରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫କୁ ବୃଦ୍ଧି ପାଇଛି।

Related story