ବୌଦ୍ଧରେ କରୋନା ନେଲା ପ୍ରଥମ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଏହି ମୃତକଙ୍କ ମଧ୍ୟରେ ଜଣେ ବୌଦ୍ଧ ଜିଲ୍ଲାର ଅଛନ୍ତି। ସେ ଜଣେ ମହିଳା। ତାଙ୍କୁ ୬୫ ବର୍ଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏଯାବତ୍ ୧,୧୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୭୮ ଜଣ ସୁସ୍ଥ ହୋଇସାରିଲେଣି। ସେହିପରି ୩୬୩ ଜଣ ଚିକିତ୍ସାଧୀନ ଅଛନ୍ତି। Regret to inform the demise of Eight #COVID19 positive patients while under […]

odisha2

Jitendra Garnayak
  • Published: Tuesday, 15 September 2020
  • , Updated: 15 September 2020, 11:59 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଏହି ମୃତକଙ୍କ ମଧ୍ୟରେ ଜଣେ ବୌଦ୍ଧ ଜିଲ୍ଲାର ଅଛନ୍ତି। ସେ ଜଣେ ମହିଳା। ତାଙ୍କୁ ୬୫ ବର୍ଷ ହୋଇଥିଲା।

ବୌଦ୍ଧ ଜିଲ୍ଲାରେ ଏଯାବତ୍ ୧,୧୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୭୮ ଜଣ ସୁସ୍ଥ ହୋଇସାରିଲେଣି। ସେହିପରି ୩୬୩ ଜଣ ଚିକିତ୍ସାଧୀନ ଅଛନ୍ତି।


ବୌଦ୍ଧରେ ଜଣଙ୍କ ମୃତ୍ୟୁ ଘଟିବା ସହିତ କରୋନାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୮ଟି ଜିଲ୍ଲାରେ କରୋନା ଲୋକଙ୍କ ଜୀବନ ନେଇ ସାରିଲାଣି। ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନାରେ କାହାରି ମୃତ୍ୟୁ ଘଟିନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୫ରେ ପହଞ୍ଚିଯାଇଛି।

Related story