Advertisment

ସରକାରଙ୍କ ଆକୁଳ ନିବେଦନ, ‘ବ୍ରିଟେନ ଫେରନ୍ତା ନିଜ ତଥ୍ୟ ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଭୟ କରିବା କିଛି ନାହିଁ। ନିଜ ସମ୍ପର୍କରେ ତଥ୍ୟ ଦିଅ।” ଓଡ଼ିଶା ଆସିବା ପରେ ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ଏପରି ଆକୁଳ ନିବେଦନ କରିଛନ୍ତି ରାଜ୍ୟ ସରକାର। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂଆବର୍ଷ ପୂର୍ବରୁ ଭାରତରେ କରୋନାର ୬ଟି  ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।  ଏହି ଭାଇରସ୍ ୭୦ ପ୍ରତିଶତ ଅଧିକ ଦ୍ରୁତରେ […]

ଅଦ୍ୟତନ ହୋଇଛି
ସରକାରଙ୍କ ଆକୁଳ ନିବେଦନ, ‘ବ୍ରିଟେନ ଫେରନ୍ତା ନିଜ ତଥ୍ୟ ଦିଅ’

airport

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଭୟ କରିବା କିଛି ନାହିଁ। ନିଜ ସମ୍ପର୍କରେ ତଥ୍ୟ ଦିଅ।” ଓଡ଼ିଶା ଆସିବା ପରେ ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ଏପରି ଆକୁଳ ନିବେଦନ କରିଛନ୍ତି ରାଜ୍ୟ ସରକାର।

Advertisment

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂଆବର୍ଷ ପୂର୍ବରୁ ଭାରତରେ କରୋନାର ୬ଟି  ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।  ଏହି ଭାଇରସ୍ ୭୦ ପ୍ରତିଶତ ଅଧିକ ଦ୍ରୁତରେ ବ୍ୟାପିଥାଏ  ବୋଲି ବୈଜ୍ଞାନିକମାନେ କହି ସାରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏପରି ସ୍ଥିତିରେ ନଭେମ୍ବର ୩୦ ତାରିଖ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଓଡ଼ିଶାକୁ ଫେରିଛନ୍ତି। ୧୧୯ ଜଣଙ୍କ ପତ୍ତା ମିଳିଛି ଏବଂ ସେମାନଙ୍କର ପରୀକ୍ଷଣ କରାଯାଇଛି। ବ୍ରିଟେନରୁ ଫେରିଥିବା ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଏହା ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଲଟିଛି।

Advertisment

ତେଣୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  ନିଜ ଆଡ଼ୁ ବ୍ରିଟେନ ଫେରନ୍ତାଙ୍କୁ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି।  ବ୍ରିଟେନରୁ ଫେରିବା ପରେ  ସେମାନେ ଦେଇଥିବା ମୋବାଇଲ ନଂ ଭୁଲ ରହିଛି। ୧୮ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୁବନେଶ୍ୱରର। BMC ପକ୍ଷରୁ ଆଜିଠୁ ସେମାନଙ୍କୁ ଖୋଜାଖୋଜି ଆରମ୍ଭ ହୋଇଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ନିରଞ୍ଜନ ମିଶ୍ର  ଦେଇଥିବା ସୂଚନା ଅନୁଯାୟୀ,  ବ୍ରିଟେନରୁ ଫେରିଥିବା ୧୮୧ଜଣ ଯାତ୍ରୀଙ୍କ ମଧ୍ୟରୁ   ୧୧୯ ଜଣଙ୍କ ପତ୍ତା ମିଳିଥିବା ବେଳେ ସେମାନଙ୍କ ଧ୍ୟରୁ  ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ହେଲେ ସେଥିମଧ୍ୟରୁ ଅଧିକାଂଶ କ୍ୱାରେଣ୍ଟିନ୍ ପିରିୟଡ୍ ସାରିଛନ୍ତି।

ଏଥିସହ ସେ କହିଛନ୍ତି, ନୂଆ ଷ୍ଟ୍ରେନ୍‌କୁ ନେଇ ନେଇ ଭୟ କରିବାର କୌଣସି କାରଣ ନାହିଁ ।  ବ୍ରିଟେନ୍‌ରେ ଦେଖାଦେଇଥିବା ନୂଆ କରୋନା ଆକ୍ରାନ୍ତ କେସ୍ ଦ୍ୱାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନି । ତେଣୁ ଏଥିରେ ବିଚଳିତ ନହୋଇ ଏହାର ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସୂଚନାଯୋଗ୍ୟ,  ନୂଆବର୍ଷ ପୂର୍ବରୁ ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତରେ ଏବେ କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ୍‌ର ୬ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।  ବେଙ୍ଗାଲୁରୁର ସର୍ବାଧିକ ୩ଣଜ, ହାଇଦ୍ରାବାଦରୁ ୨ଜଣ ଏବଂ ପୁଣେରୁ ଜଣେ ଚିହ୍ନଟ ହୋଇଛନ୍ତି। ୟୁକେରୁ ଫେରିଥିବା ଲୋକଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯାଇଥିଲା, ଯାହାର ରିପୋର୍ଟ ମଙ୍ଗଳବାର ଜାରି କରାଯାଇଛି।

ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ୟୁକେରୁ ପ୍ରାୟ ୩୩ହଜାର ଯାତ୍ରୀ ଦେଶର ବିଭିନ୍ନ ରାଜ୍ୟକୁ ଫେରିଥିଲେ।  ସମସ୍ତ ଫେରନ୍ତାଙ୍କୁ ଟ୍ରାକ୍ କରାଯାଇଛି ଏବଂ ସେମାନଙ୍କର ପରୀକ୍ଷା ମଧ୍ୟ କରାଯାଇଛି। ଏଥିରେ ମୋଟ ୧୧୪ଜଣ କରୋନାରେ ପଜିଟିଭ୍ ବାହାରିଥିଲେ। ଯାହା ପରେ ସମସ୍ତଙ୍କର ସାମ୍ପୁଲକୁ ଦେଶର ୧୦ଟି ଲ୍ୟାବ (କୋଲକାତା, ଭୁବନେଶ୍ୱର, ଏନଆଇଭି ପୁଣେ, ସିସିଏସ ପୁଣେ, ସିସିଏଫଡି ହାଇଦ୍ରାବାଦ, InSTEM ହାଇଦ୍ରାବାଦ, NIMHANS ବେଙ୍ଗାଲୁରୁ, IGIB ଦିଲ୍ଲୀ, NCDC ଦିଲ୍ଲୀ)କୁ ପଠାଯାଇଥିଲା।

ଚିହ୍ନଟ ଆକ୍ରାନ୍ତଙ୍କୁ ରାଜ୍ୟ ସରକାରଙ୍କ ସେଲଫ ଆଇସୋଲେସନ୍ ରୁମରେ ରଖାଯାଇଛି। ଏପରିକି ସେମାନଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଥିବା ବେଳେ ଅନ୍ୟ ଯାତ୍ରୀଙ୍କ ସୂଚନା ମଧ୍ୟ ସଂଗ୍ରହ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe