ଭଲ ଖବର: ଆରୋଗ୍ୟ ହାରରେ ଆମେରିକାକୁ ପଛରେ ପକାଇଲା ଭାରତ

ସେପ୍ଟେମ୍ବର ୧୮ରେ  ୮,୮୧,୯୧୧ ନମୁନା ପରୀକ୍ଷା ହୋଇଛି ସେପ୍ଟେମ୍ବର ୧୮ ଯାଏ ୬,୨୪,୫୪,୨୫୪ଟି ନମୁନା ପରୀକ୍ଷା ହୋଇଛି ଗତ ୨୪ ଘଣ୍ଟାରେ ଆରୋଗ୍ୟ ସଂଖ୍ୟା ୪୨,୦୮,୪୩୨ ଆମେରିକା, ବ୍ରାଜିଲ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି ନୂଆଦିଲ୍ଲୀ: ବ୍ରାଜିଲ୍, ଆମେରିକା ତୁଳନାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଯାହାକି ଦେଶ ପାଇଁ ଚିନ୍ତା ଜନକ। ହେଲେ ଏହାରି ଭିତରେ ଏକ ଭଲ ଖବର ଆସିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି […]

corona-3.1

Subhransu Sekhar
  • Published: Saturday, 19 September 2020
  • , Updated: 19 September 2020, 01:58 PM IST
  • ସେପ୍ଟେମ୍ବର ୧୮ରେ  ୮,୮୧,୯୧୧ ନମୁନା ପରୀକ୍ଷା ହୋଇଛି
  • ସେପ୍ଟେମ୍ବର ୧୮ ଯାଏ ୬,୨୪,୫୪,୨୫୪ଟି ନମୁନା ପରୀକ୍ଷା ହୋଇଛି
  • ଗତ ୨୪ ଘଣ୍ଟାରେ ଆରୋଗ୍ୟ ସଂଖ୍ୟା ୪୨,୦୮,୪୩୨
  • ଆମେରିକା, ବ୍ରାଜିଲ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି

ନୂଆଦିଲ୍ଲୀ: ବ୍ରାଜିଲ୍, ଆମେରିକା ତୁଳନାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଯାହାକି ଦେଶ ପାଇଁ ଚିନ୍ତା ଜନକ। ହେଲେ ଏହାରି ଭିତରେ ଏକ ଭଲ ଖବର ଆସିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଆରୋଗ୍ୟ ହାର ଆମେରିକା ତୁଳନାରେ ଅଧିକ ରହିଛି। କହିରଖୁଛୁ କୋଭିଡରେ ସର୍ବାଧିକ ପ୍ରଭାବିତ ଦେଶ ହେଉଛି ଆମେରିକା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟ୍ୱିଟ୍ କରି କହିଛି, "ଭାରତ ଆମେରିକାକୁ ଅତିକ୍ରମ କରି ବିଶ୍ୱରେ କୋଭିଡ ଆରୋଗ୍ୟ ହାରରେ ଏକ ନମ୍ୱର ହୋଇଛି। ଦେଶରେ ଆରୋଗ୍ୟ ହାର ୪୨ ଲକ୍ଷରୁ ଅଧିକ ଅତିକ୍ରମ କରିଛି। ଏହି ଘାତକ ଭାଇରସକୁ ଚିହ୍ନଟ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଶ୍ୱସ୍ତରରେ ସଫଳତା ପାଇଛି"।

କେନ୍ଦ୍ର ପ୍ରଭାବଶାଳୀ ଢ଼ଙ୍ଗରେ ପଦକ୍ଷେପ ଗ୍ରହଣ କରିବା ଏବଂ କରୋନା ପରୀକ୍ଷା ଜୋରଦାର କରାଇବା ଦେଶର ଆରୋଗ୍ୟ ହାରକୁ ବଢ଼ାଇବାରେ ସଫଳତା ଦେଇଛି। ଯାହାକୁ ସାରା ବିଶ୍ୱରେ ବଡ଼ ସଫଳତା ବୋଲି ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଶନିବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ଅତିକ୍ରମ କରିଥିବା ବେଳେ ୯୩,୩୩୭ ନୂଆ ସଂକ୍ରମିତ ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୪୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସେହିପରି ମୋଟ୍ ଆକ୍ରାନ୍ ୫୩,୦୮,୦୧୫ ଥିବା ବେଳେ ୧୦,୧୩,୯୬୪ ଚିକିତ୍ସାଧୀନ ରହିଛନ୍ତି। ୪୨,୦୮,୪୩୨ ଆରୋଗ୍ୟ ସଂଖ୍ୟା ରହିଛନ୍ତି। ଏଯାବତ ୮୫,୬୧୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୮ ଯାଏ ୬,୨୪,୫୪,୨୫୪ଟି ନମୁନା ପରୀକ୍ଷା ହୋଇଛି। ସେପ୍ଟେମ୍ବର ୧୮ରେ  ୮,୮୧,୯୧୧ ନମୁନା ପରୀକ୍ଷା ହୋଇଛି।

Related story