ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୮ରେ ପହଞ୍ଚି ଯାଇଛି। ମୃତ ୧୫ ଜଣ ମଧ୍ୟରୁ ବାଲେଶ୍ୱର, କଟକ, ଖୋର୍ଦ୍ଧାରୁ ୩ ଲେଖାଏଁ  କରୋନା  ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀରୁ ୨, ବଲାଙ୍ଗିର, ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତ। ଏହାବ୍ୟତୀତ ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ଜଣେ […]

covid1-fb

Niharika Rout
  • Published: Tuesday, 29 September 2020
  • , Updated: 29 September 2020, 11:30 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୮ରେ ପହଞ୍ଚି ଯାଇଛି।

ମୃତ ୧୫ ଜଣ ମଧ୍ୟରୁ ବାଲେଶ୍ୱର, କଟକ, ଖୋର୍ଦ୍ଧାରୁ ୩ ଲେଖାଏଁ  କରୋନା  ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀରୁ ୨, ବଲାଙ୍ଗିର, ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତ। ଏହାବ୍ୟତୀତ ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବାଲେଶ୍ୱରର ୬୧ ଓ ୭୦ ବର୍ଷୀୟ ମହିଳା ଓ ୫୬ ବର୍ଷୀୟ ପୁରୁଷ ମୃତ। କଟକର ୪୦ ଓ ୬୮ ବର୍ଷୀୟ ପୁରୁଷ ଓ ୮୨ ବର୍ଷୀୟା ମହିଳା ମୃତ। ଖୋର୍ଦ୍ଧାର ୩ ମୃତକ ଭୁବନେଶ୍ୱରର। ସେମାନଙ୍କ ବୟସ ଯଥାକ୍ରମେ ୭୩, ୫୦, ୬୦। ପୁରୀର ୬୫ ଓ ୪୯ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ। ବଲାଙ୍ଗିରର ୭୪, ଝାରସୁଗୁଡ଼ାର ୬୭ ବର୍ଷୀୟ ପୁରୁଷ ମୃତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story