ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪,୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୫୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୭୩୬ଟି ହେଉଛି ଲୋକାଲ୍ କେସ୍।
କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ଥିବା ବେଳେ ଆଜି ପୁଣି ଥରେ ଏହି ସଂଖ୍ୟା ୭୦୦ ପାର୍ କରିଛି। ତା’ ପଛକୁ ରହିଛି ସିଲିଭର ସିଟି କଟକ। କଟକରେ କିଛି ଦିନ ସଂକ୍ରମିତ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ୨ ଦିନ ହେଲା ଏହା ୫୦୦ ଅତିକ୍ରମ କରିଛି। ଗତକାଲି କଟକ ଜିଲ୍ଲାରୁ ୫୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୮୬ ରହିଛି।
କିନ୍ତୁ ଆଶ୍ଚର୍ଯ୍ୟର କଥା, ଦିନେ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ସ୍ଥିତି ଏବେ ପୂରା ନିୟନ୍ତ୍ରଣାଧୀନ ରହିଛି। ଗତ କିଛି ଦିନ ହେବ ଏହି ଜିଲ୍ଲାରୁ ୧୦୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ରହିଛି।
Covid-19 Report For 21st September
New Positive Cases: 4189
In quarantine: 2453
Local contacts: 1736(Details of local contacts will be shared by concerned Dist Administration)
District Wise Cases
1. Angul: 107
2. Balasore: 150
3. Bargarh: 128
4. Bhadrak: 34
5. Balangir: 114— I & PR Department, Odisha (@IPR_Odisha) September 22, 2020
6. Boudh: 77
7. Cuttack: 586
8. Deogarh: 12
9. Dhenkanal: 54
10. Gajapati: 2
11. Ganjam: 35
12. Jagatsinghpur: 104
13. Jajpur: 187
14. Jharsuguda: 84
15. Kalahandi: 105
16. Kandhamal: 74
17. Kendrapada: 126
18. Keonjhar: 33
19. Khurda: 712
20. Koraput: 63
21. Malkangiri: 72— I & PR Department, Odisha (@IPR_Odisha) September 22, 2020
22. Mayurbhanj: 174
23. Nawarangpur: 75
24. Nayagarh: 82
25. Nuapada: 58
26. Puri: 265
27. Rayagada: 29
28. Sambalpur: 113
29. Sonepur: 90
30. Sundargarh: 201
31. State Pool: 243New Recovery: 3704
Cumulative Tested: 2860410
Positive: 188311
Recovered: 149379
Active Case: 38158— I & PR Department, Odisha (@IPR_Odisha) September 22, 2020
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮୩୧୧ ରେ ପହଞ୍ଚିଥିବା ବେଳେ ୧,୪୩୯୭୯ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ୩୮,୧୫୮ ଆକ୍ଟିଭ କେସ୍ ଥିବା ବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧ ଛୁଇଁଲାଣି।