ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର କମ୍ ଖର୍ଚ୍ଚରେ ମାତ୍ର ଅଧଘଣ୍ଟାରେ ହୋଇପାରିବ କୋଭିଡ୍ ଟେଷ୍ଟ୍। ଦେଶର ପ୍ରଥମ ସ୍ୱଦେଶୀ କୋଭିଡ୍ CRISPR ଟେଷ୍ଟ କିଟ୍ ‘ଫେଲୁଦା’କୁ ଡିସିଜିଆଇ (Drugs Controller General of India)ର ଅନୁମୋଦନ ମିଳିଛି। ଟାଟା ଗ୍ରୁପ୍ ଓ ସିଏସ୍ଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ୍ କିଟ୍‌ର କମର୍ସିଆଲ୍ ଲଞ୍ଚ୍ ପାଇଁ ଅନୁମତି ମିଳିଛି। ଏହା ପାରମ୍ପରିକ RT-PCR ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ RT-PCR ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ […]

image

Jitendra Garnayak
  • Published: Sunday, 20 September 2020
  • , Updated: 20 September 2020, 02:01 PM IST

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର କମ୍ ଖର୍ଚ୍ଚରେ ମାତ୍ର ଅଧଘଣ୍ଟାରେ ହୋଇପାରିବ କୋଭିଡ୍ ଟେଷ୍ଟ୍। ଦେଶର ପ୍ରଥମ ସ୍ୱଦେଶୀ କୋଭିଡ୍ CRISPR ଟେଷ୍ଟ କିଟ୍ ‘ଫେଲୁଦା’କୁ ଡିସିଜିଆଇ (Drugs Controller General of India)ର ଅନୁମୋଦନ ମିଳିଛି।

ଟାଟା ଗ୍ରୁପ୍ ଓ ସିଏସ୍ଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ୍ କିଟ୍‌ର କମର୍ସିଆଲ୍ ଲଞ୍ଚ୍ ପାଇଁ ଅନୁମତି ମିଳିଛି। ଏହା ପାରମ୍ପରିକ RT-PCR ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ RT-PCR ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ ଏହି ଟେଷ୍ଟ୍ ହୋଇପାରିବ।

ଏଥିସହ RT-PCR ଟେଷ୍ଟ୍ ପାଇଁ ପ୍ରାୟ ୫ ଘଣ୍ଟା ଲାଗୁଥିବା ବେଳେ ଏହି ପଦ୍ଧତିରେ ମାତ୍ର ଅଧଘଣ୍ଟା ଭିତରେ କୋଭିଡ୍ ହୋଇଛି କି ନାହିଁ ଜଣାପଡ଼ିଯିବ।

ଟାଟା ଗ୍ରୁପ୍ ଓ ସିଏସ୍ଆଇଆର୍ ପକ୍ଷରୁ ମାତ୍ର ୧୦୦ ଦିନ ଭିତରେ ଏହି ଟେଷ୍ଟ୍ କିଟ୍ ପ୍ରସ୍ତୁତ କରାଯାଇଛି।

Related story