ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ରାଜ୍ୟରେ ବି ଏହି ସଂଖ୍ୟା ଥମିବା ନାଁ ଧରୁ ନାହିଁ। କରୋନା ସ୍ପିଡ୍ ଉପରେ ବ୍ରେକ୍ ଲଗାଇବାକୁ ବିଭିନ୍ନ ଚିକିତ୍ସା ପଦ୍ଧତି ଓ ଥେରାପିର ସାହାଯ୍ୟ ନିଆଯାଉଥିବା ବେଳେ ଏହା ମଧ୍ୟରେ ପ୍ଲାଜମା ଥେରାପିକୁ ମିଳିଛି ସଫଳତା ।
ଇତି ମଧ୍ୟରେ ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ରାଜ୍ୟରେ ଏବେ ସୁଦ୍ଧା ୧୦୦୦ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇ ଚିକିତ୍ସା କରାଗଲାଣି । ହଜାରେ ଜଣଙ୍କୁ ପ୍ଲାଜମା ଚିକିତ୍ସା କରିବାର ଶ୍ରେୟ ପ୍ଲାଜମା ଥେରାପି ଟିମ୍କୁ ଯାଉଛି ବୋଲି ମଧ୍ୟ କୁହାଯାଇଛି ।
It’s an admirable achievement for the entire team of Plasma Therapy to cross the milestone of administering Plasma to over 1000 patients.
Plasma has been made available to any patient in need - both in Government or Private Covid healthcare facility.
— H & FW Dept Odisha (@HFWOdisha) September 17, 2020
ଏହି ଥେରାପିର ସଫଳତାକୁ ଦେଖି ସରକାରୀ ଓ ବେସରକାରୀ କୋଭିଡ୍ ଚିକିତ୍ସାଳୟରେ ପ୍ଲାଜମା ମିଳିବାର ବନ୍ଦୋବସ୍ତ କରାଯାଇଛି। ଯିଏ ଆବଶ୍ୟକ କରିବେ, ତାଙ୍କୁ ପ୍ଲାଜମା ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ କରୋନାରୁ ସୁସ୍ଥ ହେଉଥିବା ଅଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ପ୍ଲାଜମା ଦେବାକୁ ଉତ୍ସାହିତ ମଧ୍ୟ କରାଯାଉଛି।
Heartfelt thanks to the plasma donors who have a big role in this achievement!
Heartiest Congratulations to the entire team for their relentless efforts daily !
— H & FW Dept Odisha (@HFWOdisha) September 17, 2020
ଅନ୍ୟପକ୍ଷରେ ରାଜ୍ୟରେ ଦିନକୁ କରୋନା ଟେଷ୍ଟ ୫୧ ହଜାର ୮୨୪ ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୯୩୫୨ଟି RTPCR, ଆଣ୍ଟିଜେନ୍- ୪୨,୩୬୬ଟି ଓ ଟ୍ରୁନଟ ପରୀକ୍ଷା ୧୦୬ ହୋଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚି ସାରିଥିବା ବେଳେ ୧,୨୯, ୮୫୯ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଆକ୍ଟିଭ କେସ୍ ୩୨, ୩୫୨ ଥିବା ବେଳେ କରୋନା ଯୋଗୁ ରାଜ୍ୟରେ ୬୫୬ ଜଣ ଆଖି ବୁଜି ସାରିଲେଣି।