Advertisment

ବଡ଼ ଧରଣର ଆଇଟି ରେଡ୍‌; ମଦ ଫ୍ୟାକ୍ଟ୍ରୀରୁ ବାହାରିଲା ୨ଶହ କୋଟି ଟଙ୍କା, ଟ୍ରକ୍‌ରେ ବୁହାଗଲା

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଆଲମିରା ଭିତରେ ଥାକ ମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା।

ଅଦ୍ୟତନ ହୋଇଛି
Seized Money

Seized Money

Advertisment

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଆଲମିରା ଭିତରେ ଥାକ ମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା। ଆଇଟି ରେଡ୍‌ ବେଳେ ଜବତ ପୁଳା ପୁଳା ଟଙ୍କା ୨ଶହ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

Advertisment

ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍ । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଛି ପ୍ରାୟ ୨ଶହ କୋଟିରୁ ଅଧିକ ନଗଦ ଟଙ୍କା। ଏହା ଓଡ଼ିଶାରେ ଆଇଟି ରେଡ୍‌ ବେଳେ ଜବତ ସର୍ବାଧିକ ଟଙ୍କା ବୋଲି କୁହାଯାଇଛି।

ଆଇଟି ରେଡ୍‌ ବେଳେ ଗତ ରାତିରେ ମଦ ଭାଟିରେ ଥିବା ୯ଟି ଆଲମାରିରେ ଥାକ ଥାକ ଟଙ୍କା ମରା ଯାଇଥିବା ଦେଖିବାକୁ ମିଳିଥିଲା । ଜବତ ଟଙ୍କା ସବୁ ପ୍ରାୟ ୫ଶହ ଟଙ୍କିଆ ନୋଟ୍‌ ଥିବା ଜଣାଯାଇଛି। ଜବତ ଟଙ୍କାକୁ ବସ୍ତାରେ ପୂରାଯାଇ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କକୁ ଗଣିବା ପାଇଁ ଅଣାଯାଇଛି। ତେବେ ବ୍ୟାଙ୍କରେ ମହଜୁଦ ଥିବା ଟଙ୍କା ଗଣା ମେଶିନ କମ୍‌ ଥିବା ଅନୁମାନ କରାଯାଇ ଆଖପାଖ ବ୍ୟାଙ୍କରୁ ମେଶିନ ଆସି ପହଞ୍ଚି ସାରିଛି।

Advertisment

ତାହାକୁ ପୁଣି ଟ୍ରକ୍‌ରେ ଲୋଡ଼ କରି କଡ଼ା ସୁରକ୍ଷା ମଧ୍ୟରେ ବ୍ୟାଙ୍କକୁ ଅଣାଯାଇଥିଲା। ବ୍ୟାଙ୍କ ଚାରିପଟେ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟା ପରେ ଗଣତି ଆରମ୍ଭ ହେବ ବୋଲି ଜଣାଯାଇଛି।

ଏହି ଚଢ଼ାଉ ତଥା ଜବତ ଟଙ୍କା ସରି ନ ଥିବା ବେଳେ ଆଜି ଦ୍ୱିତୀୟ ଦିନରେ ବି ସକାଳୁ ଟିଟିଲାଗଡ଼, ବୌଦ୍ଧ, ବଲାଙ୍ଗିରର ସୁତପଡ଼ାସ୍ଥିତ ମଦଭାଟିରେ ରେଡ଼୍‌ ଆରମ୍ଭ ହୋଇ ଯାଇଛି।

ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍। ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଲା ୨ଶହ କୋଟିରୁ ଅଧିକ ନଗଦ ଟଙ୍କା।

ଏହି ଘଟଣା ପରେ ଆୟକର ବିଭାଗ ସ୍କାନରକୁ ଆସିଛନ୍ତି ଏହି ସଂସ୍ଥାର ମୁଖ୍ୟ ଉଦୟଶଙ୍କର ପ୍ରସାଦ । ଘଟଣା ସଂପର୍କରେ ଆୟକର ବିଭାଗ କିମ୍ବା ଉଦୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ, ଆୟକର ଫାଙ୍କି ଅଭିଯୋଗରେ ଆରମ୍ଭ ହୋଇଥିବା ତଦନ୍ତର ଏବେ ପରିସର ନିଶ୍ଚିତ ରୂପ ବଢ଼ିବ ବୋଲି ଅନୁମାନ କରାଯାଉଛି।

ଏତେ ଟଙ୍କା କାହିଁକି ଅଫିସରେ ରଖାଯାଇଥିଲା, କେଉଁ ସୂତ୍ରରୁ ଏହା ଆସିଥିଲା, ଏହାର ଉତ୍ସ କଣ, କେବେଠାରୁ ଏତେ ଟଙ୍କା ସେଠାରେ ରଖାଯାଇଥିଲା, କେଉଁ କ୍ଷେତ୍ରରେ ଏହାକୁ ଖର୍ଚ୍ଚ କରାଯାଇଥାନ୍ତା, ଏସବୁର ଉତ୍ତର ଖୋଜିବା ପାଇଁ ଏବେ ସବୁ କଳବଳ କୌଶଳ ଲଗାଇଦେବ ଆୟକର ବିଭାଗ ।

ଗତକାଲି ଆଇଟି ରେଡ୍ ହୋଇଥିବା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ପାର୍ଟନରସିପ୍ ଫାର୍ମ ହେଉଛି ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ। ଗତକାଲି ସୁନ୍ଦରଗଡ ସହରର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ୱାଲଙ୍କ ଘର, ଅଫିସ ଓ ସର୍ଗିପାଲିସ୍ଥିତ ଦେଶୀ ମଦ ଭାଟିରେ ମଧ୍ୟ ଚଢାଉ କରିଥିଲା ଆୟକର ଟିମ୍। ଏହି ଲିଙ୍କ୍‌ରେ ଆୟକର ଟିମ୍ କୋଲକାତା ଓ ରାଞ୍ଚିରେ ମଧ୍ୟ ଚଢ଼ାଉ କରିଛି।

ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମଡି ସ୍କାନରକୁ ଆସିବା ପରେ ସେମାନଙ୍କ ଘରେ ରେଡ୍ ହୋଇଛି। ତେବେ ଆୟକର ଚଢାଉ ନେଇ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ କିମ୍ବା ଅନ୍ୟ କୌଣସି ପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ ।

ବଲାଙ୍ଗିରରୁ ଝାରଖଣ୍ଡ, ବିହାର ପର୍ଯ୍ୟନ୍ତ ଏହାର ଲିଙ୍କ୍‌ ଥିବା ଜଣାଯାଇଛି। ଏହା ପଛରେ ରାଜନୈତିକ ଲିଙ୍କ୍‌ ଥିବା ବି ଅନୁମାନ କରାଯାଉଛି।

IT Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe