ପୁରୀ: ୨୫୦ କେଜି ଗଞ୍ଜେଇ ଜବତ, ୧୬ ଗିରଫ

ପୁରୀ: ପୁରୀ ଅବକାରୀ ବିଭାଗ ଓ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ ଆଜି ମିଳିତ ଭାବେ ଚଢାଉ କରି ୨୫୦ କେଜି ଗଞ୍ଜେଇ ଜବତ କରିବା ଶହ ୧୬ ଜଣ ମାଫିଆଙ୍କୁ ଗିରଫ କରିଛି। ଯାତ୍ରୀବାହୀ ବ୍ୟାଗ୍ ଓ ଆଟାଚିରେ ଭର୍ତ୍ତି କରାଯାଇ ପୁରୀ-ଆଜମେର ଏକ୍ସପ୍ରେସ୍ ଟ୍ରେନରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା। ଗଞ୍ଜ।ମ ଓ ଗଜପତି ଜିଲ୍ଲାରୁ ଆସିଥିବା ଏହି ଗଞ୍ଜେଇ ଚୋରାରେ ଗୁଜୁରାଟର ସୁରଟ, ଆଜମେର ଆଦି ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ଜଣାପଡିଛି। ଗୁଇନ୍ଦା […]

puri

puri

Rakesh Mallick
  • Published: Friday, 16 October 2015
  • Updated: 16 October 2015, 02:23 PM IST

Sports

Latest News

ପୁରୀ: ପୁରୀ ଅବକାରୀ ବିଭାଗ ଓ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ ଆଜି ମିଳିତ ଭାବେ ଚଢାଉ କରି ୨୫୦ କେଜି ଗଞ୍ଜେଇ ଜବତ କରିବା ଶହ ୧୬ ଜଣ ମାଫିଆଙ୍କୁ ଗିରଫ କରିଛି। ଯାତ୍ରୀବାହୀ ବ୍ୟାଗ୍ ଓ ଆଟାଚିରେ ଭର୍ତ୍ତି କରାଯାଇ ପୁରୀ-ଆଜମେର ଏକ୍ସପ୍ରେସ୍ ଟ୍ରେନରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା। ଗଞ୍ଜ।ମ ଓ ଗଜପତି ଜିଲ୍ଲାରୁ ଆସିଥିବା ଏହି ଗଞ୍ଜେଇ ଚୋରାରେ ଗୁଜୁରାଟର ସୁରଟ, ଆଜମେର ଆଦି ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ଜଣାପଡିଛି।

ଗୁଇନ୍ଦା ବିଭାଗର ଖବରକୁ ଭିତ୍ତି କରି ପୁରୀ ଅବକାରୀ ପୋଲିସ ବଡଶଙ୍ଖ ଛକରୁ ଗୋଟିଏ ଓ ଷ୍ଟେସନ ନିକଟ ଘୋଡା ବଜାରରୁ ଗୋଟିଏ ଚାରିଚକିଆ ଯାନ ଉପରେ ଚଢାଉ କରି ୨କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ପରେ ପୁରୀ ରେଳଷ୍ଟେସନର ଲଗେଜ ସ୍କାନରରେ ୫ଟି ଗଞ୍ଜେଇ ଭର୍ତ୍ତି ଆଟାଚି ରେଲୱେ ପ୍ରୋଟେକ୍ସନ୍ ଫୋର୍ସ ଦ୍ୱାରା ଜବତ ହୋଇଥିଲା। ତେବେ ଏହି ଚୋରା କାରବାରର ମାଷ୍ଟର୍ ମାଇଣ୍ଡ୍ ଖସିଯିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos