ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଡୁ କିଶୋର ସାହୁ ୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପୁଲିସ୍ ହାତରେ ଧରାପଡିଛନ୍ତି । ସେହି ବିଦ୍ୟାଳୟର ପିଅନ ହୃଷିକେଶ ସୁବୁଦ୍ଧିଙ୍କ ପରମାନେଟ୍ ରିଟାୟରମେଣ୍ଟ୍ ଏକାଉଣ୍ଟ ନମ୍ୱର କାର୍ଡ ପ୍ରଦାନ କରିବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ। ଏ ସଂପର୍କରେ ହୃଷିକେଶ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଲଡୁ କିଶୋର ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।