ଆନନ୍ଦପୁର: ଗୁଳିକରି ଦୁଇ ବାଇକ୍ ଲୁଟିଲେ ଦୁର୍ବୃତ୍ତ

ଆନନ୍ଦପୁର: ଡୁବୁରି-ନରଣପୁର ରାସ୍ତାରେ ଗୁଳି କରି ଦୁଇଟି ବାଇକ୍‌ ଲୁଟି ନେଲେଛନ୍ତି ୬ ଜଣ ଦୁର୍ବୃତ୍ତ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚାଇଁବସା ଅଞ୍ଚଳର ଜିତେନ ସିଂହଦେଓ ଓ ତାଙ୍କର ଦୁଇ ଜଣ ସାଙ୍ଗ ଦୁଇଟି ବାଇକ୍‌ରେ ଯାଉଥିଲେ। ରେମ୍ଭାଳ ନିକଟରେ ୬ ଜଣ ଯୁବକ ସେମାନଙ୍କୁ ପିଛା କରି ଜିତେନଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଫଳରେ ଜିତେନ୍‌ ଓ ତାଙ୍କ […]

annandpur

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 10:34 PM IST

ଆନନ୍ଦପୁର: ଡୁବୁରି-ନରଣପୁର ରାସ୍ତାରେ ଗୁଳି କରି ଦୁଇଟି ବାଇକ୍‌ ଲୁଟି ନେଲେଛନ୍ତି ୬ ଜଣ ଦୁର୍ବୃତ୍ତ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଚାଇଁବସା ଅଞ୍ଚଳର ଜିତେନ ସିଂହଦେଓ ଓ ତାଙ୍କର ଦୁଇ ଜଣ ସାଙ୍ଗ ଦୁଇଟି ବାଇକ୍‌ରେ ଯାଉଥିଲେ। ରେମ୍ଭାଳ ନିକଟରେ ୬ ଜଣ ଯୁବକ ସେମାନଙ୍କୁ ପିଛା କରି ଜିତେନଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଫଳରେ ଜିତେନ୍‌ ଓ ତାଙ୍କ ସାଙ୍ଗମାନେ ତଳେ ପଡ଼ିଯାଇ ଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌ ଦୁଇଟିକୁ ଧରି ଚମ୍ପଟ ମାରିଥିଲେ। ଖବର ପାଇ ବ୍ରାହ୍ମଣୀପାଳ ପୋଲିସ୍‌ ଘଟଣାସ୍ଥଳରେ ଆହତମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Related story