ଅନୁଗୋଳ: ଅନୁଗୋଳ ପଞ୍ଚମହଲା ଠାରେ ଥିବା ମା’ ବୁଢ଼ୀ ଇଣ୍ଡେନ ଗ୍ୟାସ୍ ଏଜେନ୍ସିର ପ୍ରୋପାଇଟର ସନ୍ତୋଷ ନାଏକଙ୍କ ନାଁରେ ଯୋଗାଣ ବିଭାଗ ମାମଲା ରୁଜୁ କରିଛି। ଅନିୟମିତତା ସନ୍ଦେହରେ ବିଭାଗ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି।
ପୂର୍ବରୁ ଏଜେନ୍ସିର ଗୋଦାମ ଘରକୁ ବିଭାଗ ପକ୍ଷରୁ ସିଲ୍ କରାଯାଇଥିଲା। ଗତକାଲି ସିଲ୍ ଖୋଲି ଗୋଦାମ ଘର ଓ କାର୍ଯ୍ୟାଳୟରେ ବିଭିନ୍ନ ରେଜିଷ୍ଟର ଯାଞ୍ଚ କରିଥିଲେ ବିଭାଗୀୟ ଅଧିକାରୀ ମାନେ।
ସେହିପରି ସ୍ନେହଲତା ଇଣ୍ଡେନ ଗ୍ୟାସ୍ ଏଜେନ୍ସିର ଗୋଦାମ ଘର ଓ କାର୍ଯ୍ୟାଳୟରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।
ଅନିୟମିତତା ଅଭିଯୋଗରେ ଯୋଗାଣ ବିଭାଗ ପକ୍ଷରୁ ଅନୁଗୋଳ ସମେତ ରାଜ୍ୟର ବିଭିନ୍ନ ଗ୍ୟାସ୍ ଏଜେନ୍ସି ଉପରେ ଚଢାଉ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।