ଅନୁଗୋଳ: ମାଉସୀ-ପୁତୁରା ହତ୍ୟା ଘଟଣା, ପରିବାର ଲୋକେ ଦେଲେ ଏତଲା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଡବଲ୍ ମର୍ଡର ଘଟଣାର ପର୍ଦ୍ଦାଫାସ୍ ସହିତ ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ନୂଆମୌଜା ଅଞ୍ଚଳର ମାଉସୀ-ପୁତୁରା ନିଖୋଜ ଘଟଣାରୁ ବି ହଟିଛି ପର୍ଦ୍ଦା। କୁଶକିଳା ଗାଁର ଡବଲ୍ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତ ନୂଆମୌଜା ଅଞ୍ଚଳର ମାଉସୀ-ପୁତୁରା (ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରା କୁମୁଦ ସାହୁ)ଙ୍କୁ ମଧ୍ୟ ହତ୍ୟା କରି ମାଟି ତଳେ ପୋତି ଦେଇଥିବା କଥା ଗତକାଲି ପୋଲିସ୍ ଆଗରେ […]

angul-murder

angul-murder

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 12:37 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଡବଲ୍ ମର୍ଡର ଘଟଣାର ପର୍ଦ୍ଦାଫାସ୍ ସହିତ ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ନୂଆମୌଜା ଅଞ୍ଚଳର ମାଉସୀ-ପୁତୁରା ନିଖୋଜ ଘଟଣାରୁ ବି ହଟିଛି ପର୍ଦ୍ଦା। କୁଶକିଳା ଗାଁର ଡବଲ୍ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତ ନୂଆମୌଜା ଅଞ୍ଚଳର ମାଉସୀ-ପୁତୁରା (ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରା କୁମୁଦ ସାହୁ)ଙ୍କୁ ମଧ୍ୟ ହତ୍ୟା କରି ମାଟି ତଳେ ପୋତି ଦେଇଥିବା କଥା ଗତକାଲି ପୋଲିସ୍ ଆଗରେ କହିବା ପରେ ରହସ୍ୟର ପର୍ଦ୍ଦାଫାଶ୍ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଅବଳାଙ୍କ ପରିବାର ଲୋକେ ଜରପଡ଼ା ଥାନାରେ ଏକ ଏତଲା ଦେବା ସହ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଅନୁଗୋଳ ଡିଏସ୍‌ପିଙ୍କ ନିକଟରେ ଦାବି ଜଣାଇଥିଲେ।

ଅନୁଗୋଳ ଡିଏସ୍‌ପି ସ୍ୱର୍ଣ୍ଣପ୍ରଭା ପ୍ରଧାନ କହିଛନ୍ତି ଯେ ମାଉସୀ-ପୁତରା ହତ୍ୟା ଘଟଣା ସଂପର୍କରେ ଝସକେତନ କହି ସାରିଛି। ଏ ନେଇ ଅଧିକ ତଦନ୍ତ କରାଯିବ। ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ମୃତଦେହ ଦୁଇଟିକୁ ମଧ୍ୟ ମାଟି ତଳୁ ଉଦ୍ଧାର କରାଯିବ।

ପୋଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ ୨୦୧୫ ମେ’ ୨୨ ତାରିଖରୁ ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରା କୁମୁଦ ସାହୁ ନିଖୋଜ ହୋଇଯାଇଥିଲେ। ଏ ନେଇ ପରିବାର ଲୋକ ୨୦୧୫ ଜୁନ୍ ୪ ତାରିଖରେ ଛେଣ୍ଡିପଦା ଥାନାରେ ଏକ ଏତଲା ଦେଇଥିଲେ। ହେଲେ ମାଉସି-ପୁତୁରାଙ୍କର କୌଣସି ପତ୍ତା ମିଳି ନ ଥିଲା। ଅଭିଯୁକ୍ତ ଝସକେତନ ଅଧିକ ସୁଧର ପ୍ରଲୋଭନ ଦେଖାଇ ଅବଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ନେଇଥିଲା। ଯେତେବେଳେ ମୋଟ ଟଙ୍କା ୧୪ ଲକ୍ଷରେ ପହଞ୍ଚିଲା ସେତେବେଳେ ଅବଳା ଟଙ୍କା ଦେବା ଲାଗି ଝସକେତନକୁ କହିଥିଲେ। ସେତେବେଳେ ଅବଳାକୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କଲା ଝସକେତନ। ୨୦୧୫ ମେ’ ମାସରେ ଟଙ୍କା ଦେବା ପାଇଁ ଅବଳା ଓ ତାଙ୍କ ପୁତୁରାଙ୍କୁ ଡକାଇଥିଲେ ଝସକେତନ। ତାଙ୍କ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ମନ୍ଦିର ପରିସରକୁ ସେ ମାଉସୀ ଓ ପୁତୁରାଙ୍କୁ ଡାକିଥିଲେ। ପ୍ରଥମେ ଟଙ୍କା ଦେବାକୁ କହି ଅବଳାଙ୍କୁ ସେ ସ୍କୁଲ୍ ପାଖରେ ଥିବା ଏକ ଗାତ ପାଖକୁ ନେଇ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଝସକେତନ ତାଙ୍କୁ ଏକ ଆଜବେଷ୍ଟର ଖଣ୍ଡରେ ଆକ୍ରମଣ କରିଥିଲେ। ଅବଳାଙ୍କ ବେକରେ ସେ ମାଡ଼ କରିଥିଲେ ଓ ତାଙ୍କୁ ଗାତରେ ଫିଙ୍ଗି ଦେଇଥିଲେ। ପରେ କୁମୁଦଙ୍କୁ ଡାକି ମାରିବା ସହ ଉକ୍ତ ଗାତରେ ପକାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story