ଅନୁଗୋଳ: ଡେରଜାଙ୍ଗ ଜଳଭଣ୍ଡାର ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୋଳ: ଅନୁଗୋଳ ଥାନା ଅନ୍ତର୍ଗତ ଡେରଜାଙ୍ଗ ଜଳଭଣ୍ଡାର ନିକଟରୁ ରବିବାର ଜଣେ ଅଚିହ୍ନା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ବେକରେ କ୍ଷତ ଚିହ୍ନ ଥିବା ବେଳେ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଅନୁଗୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍ୱାର୍ଡ ସାହାଯ୍ୟରେ ମଧ୍ୟ ଛାନଭିନ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଅନୁଗୋଳ ଆଦର୍ଶ ଥାନା ଆଇଆଇସି ସୁବାସ […]

darajang-hatya-kanda

darajang-hatya-kanda

Rakesh Mallick
  • Published: Sunday, 10 January 2016
  • Updated: 10 January 2016, 01:28 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଥାନା ଅନ୍ତର୍ଗତ ଡେରଜାଙ୍ଗ ଜଳଭଣ୍ଡାର ନିକଟରୁ ରବିବାର ଜଣେ ଅଚିହ୍ନା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ବେକରେ କ୍ଷତ ଚିହ୍ନ ଥିବା ବେଳେ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଅନୁଗୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍ୱାର୍ଡ ସାହାଯ୍ୟରେ ମଧ୍ୟ ଛାନଭିନ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

ଅନୁଗୋଳ ଆଦର୍ଶ ଥାନା ଆଇଆଇସି ସୁବାସ ଚନ୍ଦ୍ର ସାହୁ କହିଛନ୍ତି ଯେ ଯୁବକଙ୍କ ମୁହଁକୁ ପଥରରେ ଛେଚି ଦିଆଯାଇଛି। ତାଙ୍କ ପକେଟରେ ମନିପର୍ସ ବା ପରିଚୟ ଜଣାପଡିବା ଭଳି କୌଣସି ଜିନିଷ ନାହିଁ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୁହଁକୁ ସଫା କରି ଫଟୋ ଉଠାଯିବ । ଫୋଟଗୁଡିକୁ ବିଭିନ୍ନ ସ୍ଥାନକୁ ପଠାଯିବ। ପରିବାର ଲୋକଙ୍କୁ ଠାବ କରାଗଲା ପରେ ହିଁ  ତାଙ୍କୁ କିଏ ଓ କାହିଁକି ହତ୍ୟା କରିଥାଇପାରେ, ସେ ନେଇ ତଥ୍ୟ ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos