ଚୌଦ୍ୱାର ଜେଲ୍ ଗଲା ଡି’ବ୍ରଦର୍ସଙ୍କ ସାର୍ପ ସୁଟର୍ ଆରିଫ୍

କଟକ: ୬ ଦିନର ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଡି’ବ୍ରଦର୍ସଙ୍କ ସାର୍ପ ସୁଟର ଆରିଫ୍ ଖାଁକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ଦୀପୁ ଓ ଓମ୍ ହତ୍ୟା ମାମଲାରେ ଜେରା କରିବା ପାଇଁ ଏପ୍ରିଲ୍ ୧୯ ତାରିଖରେ ଆରିଫ୍‌କୁ କମିଶନରେଟ୍ ପୋଲିସ୍ ୬ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ଏହି ରିମାଣ୍ଡ ଅବଧି ଶେଷ ହେବା ପରେ ପୋଲିସ୍ ତାକୁ କଟକ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରିଥିଲା। ହାଜର ହେବା କୋର୍ଟ ତାକୁ […]

arif

arif

Rakesh Mallick
  • Published: Monday, 25 April 2016
  • Updated: 25 April 2016, 07:08 AM IST

Sports

Latest News

arifକଟକ: ୬ ଦିନର ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଡି’ବ୍ରଦର୍ସଙ୍କ ସାର୍ପ ସୁଟର ଆରିଫ୍ ଖାଁକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି।

ଦୀପୁ ଓ ଓମ୍ ହତ୍ୟା ମାମଲାରେ ଜେରା କରିବା ପାଇଁ ଏପ୍ରିଲ୍ ୧୯ ତାରିଖରେ ଆରିଫ୍‌କୁ କମିଶନରେଟ୍ ପୋଲିସ୍ ୬ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ଏହି ରିମାଣ୍ଡ ଅବଧି ଶେଷ ହେବା ପରେ ପୋଲିସ୍ ତାକୁ କଟକ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରିଥିଲା। ହାଜର ହେବା କୋର୍ଟ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦେଇଛନ୍ତି।

କଟକର ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାରେ ଆରୁଫ୍‌କୁ ପୁଣି ରିମାଣ୍ଡରେ ଆଣିବା ପାଇଁ କମିଶନରେଟ୍ ପୋଲିସ୍ ଆବେଦନ କରିବ ବୋଲି କୁହାଯାଉଥିଲା। କିନ୍ତୁ ପୋଲିସ୍ ଆଉ ରିମାଣ୍ଡ ଆବେଦନ ନ କରିବା ଯୋଗୁଁ କୋର୍ଟ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦେଇଥିଲେ।

୬ ଦିନର ରିମାଣ୍ଡ ଅବଧି ମଧ୍ୟରେ ପୋଲିସ୍ ଆରୁଫ୍‌କୁ ଆଠଗଡ଼ ସ୍ଥିତ ଖୁଣ୍ଟକଟା ଫାର୍ମ ହାଉସ୍‌କୁ ନେଇ ପଚରାଉଚରା କରିଥିଲା। ଏହି ଫାର୍ମ ହାଉସ୍‌ରେ ଦୀପୁ ଓ ଓମ୍‌କୁ ଧଳସାମନ୍ତ ଭ୍ରାତା ଦ୍ୱୟ ଓ ତାଙ୍କ ସହଯୋଗୀମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆରିଫକୁ ତାମିଲନାଡୁ ପୋଲିସ୍ ସହାୟତାରେ ମଦୁରାଇରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ୍। ତା’ ନାଁରେ କମିଶନରେଟ୍ ପୋଲିସ୍‌ର ବିଭିନ୍ନ ଥାନାରେ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos