ଅସ୍ତରଙ୍ଗ ଦିନାଡିଆଁ ହତ୍ୟା ଘଟଣା: ଅଭିଯୁକ୍ତ ଦମ୍ପତ୍ତିଙ୍କୁ ପୁଣି ୬ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ, ମୃତ ଦୀନବନ୍ଧୁଙ୍କ ସଢୁ ଗିରଫ

ପୁରୀ: ଅସ୍ତରଙ୍ଗ ନଗର ଦିନଡିଆଁ ଗାଁରେ ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅଙ୍କ ହତ୍ୟା ଘଟଣାରେ ସହଯୋଗ କରିଥିବା ଅଭିଯୋଗରେ ଆଜି କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମୃତ ଦୀନବନ୍ଧୁଙ୍କ ସଢୁ ଫକୀର ମଲ୍ଲିକ । ସେହିପରି ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଦମ୍ପତି ହିମାଦ୍ରି ଶେଖର ଦାସ ଓରଫ ରହିମ ଖାଁ ଏବଂ ତାଙ୍କ ପତ୍ନୀ ଆୟଶା ବେଗମଙ୍କୁ ଆଉ ୬ଦିନ […]

murder

murder

Rakesh Mallick
  • Published: Wednesday, 14 October 2015
  • Updated: 14 October 2015, 02:17 PM IST

Sports

Latest News

ପୁରୀ: ଅସ୍ତରଙ୍ଗ ନଗର ଦିନଡିଆଁ ଗାଁରେ ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅଙ୍କ ହତ୍ୟା ଘଟଣାରେ ସହଯୋଗ କରିଥିବା ଅଭିଯୋଗରେ ଆଜି କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମୃତ ଦୀନବନ୍ଧୁଙ୍କ ସଢୁ ଫକୀର ମଲ୍ଲିକ । ସେହିପରି ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଦମ୍ପତି ହିମାଦ୍ରି ଶେଖର ଦାସ ଓରଫ ରହିମ ଖାଁ ଏବଂ ତାଙ୍କ ପତ୍ନୀ ଆୟଶା ବେଗମଙ୍କୁ ଆଉ ୬ଦିନ ରିମାଣ୍ଡରେ ନେବାକୁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ପୂର୍ବରୁ କ୍ରାଇମବ୍ରାଞ୍ଚ ଦମ୍ପତିଙ୍କୁ ୪ଦିନ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା । ଆଜି ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗିରଫ ଫକୀର, ହିମାଦ୍ରିଙ୍କ ଧର୍ମବାପା ବୋଲି କ୍ରାଇମବ୍ରାଞ୍ଚ କହିଛି ।

ମୃତ ଦୀନବନ୍ଧୁଙ୍କ ସହ ଜଣେ ସମ୍ପର୍କୀୟଙ୍କ ଜରିଆରେ ଦମ୍ପତି ସମ୍ପର୍କ ବଢାଇଥିଲେ । ଏବେ ଗିରଫ ଫକୀର ଉକ୍ତ ସମ୍ପର୍କୀୟ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଦମ୍ପତି ବହୁ ସମୟରେ ଦୀନବନ୍ଧୁଙ୍କ ଘରକୁ ଯିବା ଆସିବା କରୁଥିଲେ। ଦୀନବନ୍ଧୁଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିବା ଦେଖି ସେମାନେ ସମ୍ପର୍କ ବଢାଇଥିଲେ। ଘଟଣାଦିନ ଉଭୟ ରହିମ ଏବଂ ଆୟଶା ଦୀନବନ୍ଧୁଙ୍କ ଘରକୁ ଆସିଥିଲେ । ସେମାନେ ଋଣ ଭାରରେ ବୁଡି ଥିବାରୁ ଦୀନବନ୍ଧୁଙ୍କୁ କିଛି ଟଙ୍କା ଧାର ସୁତ୍ରରେ ମାଗିଥିଲେ । ଦୀନବନ୍ଧୁ ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ । ରାତି ପ୍ରାୟ ୮ଟାରେ ସମସ୍ତେ ଖାଇପିଇ ଶୋଇବାକୁ ଯାଇଥିଲେ । ତେବେ ପୂର୍ବରୁ ସାଙ୍ଗରେ ଆଣିଥିବା ୨ଟି ଧାରୁଆ ଛୁରୀରେ ରହିମ ଏବଂ ଆୟଶା ଦୀନବନ୍ଧୁଙ୍କ ଗଳାକାଟି ହତ୍ୟା କରିଥିଲେ । ଏହି ସମୟରେ ଦୀନବନ୍ଧୁଙ୍କ ପତ୍ନୀ ନିର୍ମଳା ଉଠିପଡିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ । ପରେ ଦୁଇ ପିଲାଙ୍କ ଗଳାକାଟି ହତ୍ୟା କରିବା ପରେ ସୁନାଗହଣା, ମୋବାଇଲ ଓ ଏକ ବାଇକ ଲୁଟ୍ କରି ଫେରାର ହୋଇଯାଇଥିଲେ । ପରେ କ୍ରାଇମବ୍ରାଞ୍ଚ ଉଭୟଙ୍କୁ ଆସାମ ସିଲଚର ଆଇଲାଖଣ୍ଡିରେ ଏକ ମୁସଲିମ ପଡାରୁ ଗିରଫ କରିଥିଲା।

ଚାକିରିରୁ ଅବସର ପରେ ଦୀନବନ୍ଧୁ ଗାଁରେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ ୨୧ ତାରିଖରେ ଦିନାଡିଆଁ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଦୀନବନ୍ଧୁ, ପତ୍ନୀ ନିର୍ମଳା ଓ ଦୁଇ ଛୋଟ ଝିଅଙ୍କର ଗଳାକଟା ଅବସ୍ଥାରେ ମୃତଦେହ ପରଦିନ ୨୨ ତାରିଖରେ ଉଦ୍ଧାର କରାଯାଇଥିଲା। ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ  ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା । କ୍ରାଇମବ୍ରାଞ୍ଚ ଟିମ ବିଭିନ୍ନ ସମୟରେ ଗାଁକୁ ଯାଇ ତଦନ୍ତ କରିବା ସହ ସମ୍ପର୍କୀୟମାନଙ୍କୁ ପଚରାଉଚରା କରୁଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରି ତାର ତଦନ୍ତ ଚଳାଇଥିଲା । ଗତ ୯ ତାରିଖରେ ଏହି ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story