ଆଠଗଡ: ଚୌଦ୍ୱାରର ମାନା କୁଅଁର ଗତ ୯ତାରିଖ ଦିନ ଏକ ଘରୋଇ ନର୍ସିଂ ହୋମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଟଙ୍କା ଦେଇ ନ ପାରିବାରୁ ନର୍ସିଂହୋମ କର୍ତ୍ତୃପକ୍ଷ ତାଙ୍କ ସନ୍ତାନକୁ ସାଲେପୁର ଅଞ୍ଚଳରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଚୌଦ୍ୱାର ଥାନାରେ ଏତଲା ଦାଏର ହୋଇଥିଲା। ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରିବା ପାଇଁ ଚୌଦ୍ୱାର ପୌରାଞ୍ଚଳର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ମାନା କୁଅଁର ତାଙ୍କ ନବଜାତ ଶିଶୁକୁ ଫେରିପାଇଛନ୍ତି। ସେପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରାଞ୍ଚଳ ନିର୍ବାହୀ ଅଧିକାରୀ କହିଛନ୍ତି।