ଏଟିଏମ୍‌ ଲୁଟେରା ସମ୍ଭବ ଆଚାର୍ଯ୍ୟ ଗିରଫ

କଟକ: କୁଖ୍ୟାତ ଏଟିଏମ୍‌ ଲୁଟେରା ସମ୍ଭବ ଆଚାର୍ଯ୍ୟକୁ କମିଶନରେଟ୍‌ ପୋଲିସ୍ ଗିରଫ କରିଛି। ଗିରଫ  ବେଳେ  ତା’ ପାଖରୁ ୧୬ ହଜାର ଟଙ୍କା ପୋଲିସ୍‌  ଜବତ କରିଛି। ସମ୍ଭବ ନାଁରେ ୧୭ରୁ ଅଧିକ ମାମଲା ରହିଛି। ତା’ ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁରରେ। ଜଟଣୀ  ଥାନାରେ  ରୁଜୁ ମାମଲା ଆଧାରରେ ସମ୍ଭବକୁ କୋର୍ଟ ଚାଲାଣ କରାଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି। କଟକ  ପୁରୀଘାଟ ଥାନାରେ ସମ୍ଭବ ନାଁରେ ୮ଟି, ମଙ୍ଗଳବାଗ୍‌ ଥାନାରେ  ୩ଟି, […]

aparadhi

Rakesh Mallick
  • Published: Sunday, 30 October 2016
  • , Updated: 30 October 2016, 02:29 PM IST

କଟକ: କୁଖ୍ୟାତ ଏଟିଏମ୍‌ ଲୁଟେରା ସମ୍ଭବ ଆଚାର୍ଯ୍ୟକୁ କମିଶନରେଟ୍‌ ପୋଲିସ୍ ଗିରଫ କରିଛି। ଗିରଫ  ବେଳେ  ତା’ ପାଖରୁ ୧୬ ହଜାର ଟଙ୍କା ପୋଲିସ୍‌  ଜବତ କରିଛି। ସମ୍ଭବ ନାଁରେ ୧୭ରୁ ଅଧିକ ମାମଲା ରହିଛି। ତା’ ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁରରେ।

ଜଟଣୀ  ଥାନାରେ  ରୁଜୁ ମାମଲା ଆଧାରରେ ସମ୍ଭବକୁ କୋର୍ଟ ଚାଲାଣ କରାଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି। କଟକ  ପୁରୀଘାଟ ଥାନାରେ ସମ୍ଭବ ନାଁରେ ୮ଟି, ମଙ୍ଗଳବାଗ୍‌ ଥାନାରେ  ୩ଟି, ବାଦାମବାଡ଼ି  ଓ ବିଡ଼ାନାସୀ ଥାନାରେ ଏକାଧିକ ମାମଲା ରହିଛି।

Related story