କଟକ: ଆର୍ଏସପି ୱାର୍କସ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବି.ପି ବର୍ମାଙ୍କ ଲାଞ୍ଚ କାରବାର ଏବଂ ତାଙ୍କ ଘରୁ ୨୦ ଲକ୍ଷ ଟଙ୍କାର ନୂଆ ୨୦୦୦ ଟଙ୍କା ନୋଟ୍ ଜବତ ପରେ ସିବିଆଇ ଖୋଳତାଡ଼ ଆରମ୍ଭ ହୋଇଛି। ଆଜି ସିବିଆଇର ୬ ଜଣିଆ ଟିମ୍ ୧୯ ନମ୍ବର ସେକ୍ଟର ସ୍ଥିତ ଏସବିଆଇ ଶାଖାରେ ବି.ପି ବର୍ମାଙ୍କ ଲକର ଯାଞ୍ଚ କରିଥିଲେ। ଏଥିରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ମିଳିଛି। ଏହାସହ ୬ ଲକ୍ଷ ୫୦ ହଜାର ଟଙ୍କାର ହୀରା ଗହଣା ଓ ୨ଟି ଦାମୀ ଘଣ୍ଟା ଠାବ କରାଯାଇଛି।
ଗତକାଲି ବର୍ମା ଏବଂ ତାଙ୍କ ପତ୍ନୀଙ୍କ ଜଏଣ୍ଟ ଆକାଉଣ୍ଟରେ ୨୯ ଲକ୍ଷ ୧୫ ହଜାର ନଗଦ ଟଙ୍କା ଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା।
ଟେଣ୍ଡର ପାସ୍ ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବି.ପି. ବର୍ମାଙ୍କୁ ଗତକାଲି ଗିରଫ କରିଥିଲା ସିବିଆଇ। ତାଙ୍କ ଘରେ ଚଢ଼ାଉ ବେଳେ ୨୦ ଲକ୍ଷର ନୂଆ ୨ହଜାର ଟଙ୍କିଆ ନୋଟ୍ ମିଳିଥିଲା।ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।