ପାଟଣାଗଡ଼: ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ପାଟଣାଗଡ଼:ବଲାଙ୍ଗିର ଜିଲ୍ଲାର ବେଲପଡା ମଧ୍ୟପୁର ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ହଳଧର ଦଣ୍ଡସେନାଙ୍କ ନାଁରେ ଗୁରୁତର ଅଭିଯୋଗ  ହୋଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅଫିସକୁ ଡାକି ସେ ଅସଦାଚରଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେ ଫେରାର ହୋଇଯାଇଥିବା ବେଳେ ବେଲପଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଧାନଶିକ୍ଷକ ଜଣକ ଛାତ୍ରୀଙ୍କୁ କୌଣସି କାରଣରୁ ଅଫିସ ମଧ୍ୟକୁ ଡାକିଥିଲେ। ପରେ ଅସଦାଚରଣ କରିବା ସହ ଘଟଣା ସମ୍ପର୍କରେ କାହାରିକୁ କହିଲେ ମାରିଦେବାକୁ […]

patanagrah

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 09:35 AM IST

ପାଟଣାଗଡ଼:ବଲାଙ୍ଗିର ଜିଲ୍ଲାର ବେଲପଡା ମଧ୍ୟପୁର ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ହଳଧର ଦଣ୍ଡସେନାଙ୍କ ନାଁରେ ଗୁରୁତର ଅଭିଯୋଗ  ହୋଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅଫିସକୁ ଡାକି ସେ ଅସଦାଚରଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେ ଫେରାର ହୋଇଯାଇଥିବା ବେଳେ ବେଲପଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଧାନଶିକ୍ଷକ ଜଣକ ଛାତ୍ରୀଙ୍କୁ କୌଣସି କାରଣରୁ ଅଫିସ ମଧ୍ୟକୁ ଡାକିଥିଲେ। ପରେ ଅସଦାଚରଣ କରିବା ସହ ଘଟଣା ସମ୍ପର୍କରେ କାହାରିକୁ କହିଲେ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଛାତ୍ରୀଙ୍କ ସହ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପଟେ ଘଟଣା ପରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି।

Related story