ଝୁଲନ୍ତା ସ୍ୱାମୀକୁ ରକ୍ତ ଜୁଡୁବୁଡୁ ସ୍ତ୍ରୀ: ଅନ୍ଧାରରେ ବନ୍ଦ ଘରର ମୃତ୍ୟୁ ରହସ୍ୟ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଚଙ୍ଗରିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ବନ୍ଦ ଘର ଭିତରୁ ସ୍ତ୍ରୀର ରକ୍ତାକ୍ତ ମୃତଦେହ ଓ ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଗତକାଲି ରାତିରେ ଶୁକଦେବ ବରିହା ତାଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ସଂପର୍କରେ ପରିବାର ଲୋକେ ଲରମ୍ଭା […]

balangre

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 06:39 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଚଙ୍ଗରିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ବନ୍ଦ ଘର ଭିତରୁ ସ୍ତ୍ରୀର ରକ୍ତାକ୍ତ ମୃତଦେହ ଓ ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି।

ଗତକାଲି ରାତିରେ ଶୁକଦେବ ବରିହା ତାଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ସଂପର୍କରେ ପରିବାର ଲୋକେ ଲରମ୍ଭା ଥାନାକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୨ ବର୍ଷ ହେବ ଶୁକଦେବ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଥିଲେ। ମାନସିକ ବିକୃତି ପାଇଁ ସେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଇଛି।

Related story