୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗ୍ୟାରେଜ୍‌ ବଜାର ନିକଟରୁ ଜଳେଶ୍ୱର ଅବକାରୀ ବିଭାଗର ଏକ ସ୍କ୍ୱାଡ୍ ୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି।  ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭଦ୍ରକ ଜିଲ୍ଲାର ପ୍ରଭାତ କୁମାର ପୁଣ୍ଟିଆ ଓ ପ୍ରଫୁଲ ରାଉତ। ଅଭିଯୁକ୍ତ ଦ୍ୱୟ ଜଳେଶ୍ୱରରୁ ୩୦ ଗ୍ରାମ ବ୍ରାଉନ୍‌ସୁଗାର ଧରି ଜଳେଶ୍ୱର ଷ୍ଟେସନକୁ ଆସୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜବତ କରାଯାଇଥିବା ବ୍ରାଉନ୍‌ସୁଗାରର […]

brownsugar

brownsugar

Rakesh Mallick
  • Published: Saturday, 04 March 2017
  • Updated: 04 March 2017, 11:04 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗ୍ୟାରେଜ୍‌ ବଜାର ନିକଟରୁ ଜଳେଶ୍ୱର ଅବକାରୀ ବିଭାଗର ଏକ ସ୍କ୍ୱାଡ୍ ୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି।  ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭଦ୍ରକ ଜିଲ୍ଲାର ପ୍ରଭାତ କୁମାର ପୁଣ୍ଟିଆ ଓ ପ୍ରଫୁଲ ରାଉତ।

ଅଭିଯୁକ୍ତ ଦ୍ୱୟ ଜଳେଶ୍ୱରରୁ ୩୦ ଗ୍ରାମ ବ୍ରାଉନ୍‌ସୁଗାର ଧରି ଜଳେଶ୍ୱର ଷ୍ଟେସନକୁ ଆସୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜବତ କରାଯାଇଥିବା ବ୍ରାଉନ୍‌ସୁଗାରର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀମାନେ ଆକଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos