ବାଲେଶ୍ୱର: ଜମି ବିବାଦକୁ ନେଇ ଆକ୍ରମଣ,ଜଣେ ମୃତ

ବାଲେଶ୍ୱର: ଜମି ବିବାଦକୁ ନେଇ ଆଜି ଭୋରରେ ବାଲେଶ୍ୱର ସହରର ମୋତିଗଞ୍ଜ ନିକଟ ହନୁମାନଗଳି ସାହିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ମୃତକ ଜଣଙ୍କ ହେଲେ ମହେଶ ମାଝି। ଏହି ଘଟଣାରେ ମହେଶଙ୍କ ଭାଇ ରାଜେଶ, ମୀତା ଓ ତାଙ୍କ ମା’ ବାସନ୍ତୀ ମାଝି ଗୁରୁତର ଭାବେ ଆହତ ହୋଇଛନ୍ତି। ରାଜେଶ ଓ ମୀତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଖାରବେଳ ମାଝୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି […]

died

Rakesh Mallick
  • Published: Thursday, 27 October 2016
  • , Updated: 27 October 2016, 12:36 PM IST

ବାଲେଶ୍ୱର: ଜମି ବିବାଦକୁ ନେଇ ଆଜି ଭୋରରେ ବାଲେଶ୍ୱର ସହରର ମୋତିଗଞ୍ଜ ନିକଟ ହନୁମାନଗଳି ସାହିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ମୃତକ ଜଣଙ୍କ ହେଲେ ମହେଶ ମାଝି। ଏହି ଘଟଣାରେ ମହେଶଙ୍କ ଭାଇ ରାଜେଶ, ମୀତା ଓ ତାଙ୍କ ମା’ ବାସନ୍ତୀ ମାଝି ଗୁରୁତର ଭାବେ ଆହତ ହୋଇଛନ୍ତି। ରାଜେଶ ଓ ମୀତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଖାରବେଳ ମାଝୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଖାରବେଳ ତାଙ୍କର ଚାରି ପାଞ୍ଚ ଜଣ ସହଯୋଗୀଙ୍କ ସହିତ ମହେଶଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ମହେଶ ଓ ତାଙ୍କ ପରିବାର ଲୋକେ ପ୍ରତି ଆକ୍ରମଣ କରିଥିଲେ। ଖାରବେଳ ଏକ ଧାରୁଆ ଅସ୍ତ୍ରରେ ମହେଶଙ୍କୁ ହାଣି ଦେଇଥିଲେ।

ବାଲେଶ୍ୱର ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ ସାହୁ କହିଛନ୍ତି ଯେ ମହେଶ ଓ ଖାରବେଳଙ୍କ ପରିବାର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଜମି ନେଇ ବିବାଦ ରହିଥିଲା। ପୂର୍ବରୁ ବି ଏହି ଦୁଇ ପରିବାର ମଧ୍ୟରେ କେସ୍ ହୋଇଛି। ଆଜି ଭୋରରେ ଦୁଇଟି ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ମହେଶଙ୍କ ପରିବାରର ୪ ଜଣ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମହେଶଙ୍କର ମୃତ୍ୟୁ ଘଟିଛି।

ପୋଲିସ୍ ଘଟଣାସ୍ଥଳରୁ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।

Related story