ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ୩୪ଜଣ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କ ନାଁରେ ଥାନାର ଏତଲା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଥାନାରେ ଏହି ଏତଲା ଦିଆଯାଇଛି। ଏତଲା ହୋଇଥିବା ହିତାଧୀକାରୀଙ୍କ ମଧ୍ୟରେ ସରକାରୀ ଚାକିରିଆ, ପକ୍କାଘର ଓ ଚାରି ଚକିଆ ଯାନ ଥିବା ୩୪ଜଣ ଅଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୩ଜଣିଆ ଟିମ୍ ରାସନକାର୍ଡ ଯାଞ୍ଚ କରିବାକୁ ଗଠନ କରାଯାଇଥିଲା। ଏହି ଟିମର ଯାଞ୍ଚ ବେଳେ ତାଲିକାର ୩ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୪୦ଜଣ ଲୋକ ପ୍ରତିନିଧି, ୨୬୪ଜଣ ସରକାରୀ କର୍ମଚାରୀ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Crime
ସେହି କାଳ ରାତି ନେଇଗଲା ୨ ବିଜେପି ନେତାଙ୍କ ଜୀବନ
କାରରେ ଥିଲେ ୬ ଜଣ। ଆଗରେ ବସିଥିଲେ ଡ୍ରାଇଭରଙ୍କ ସମେତ ୨ ଜଣ। ପଛରେ ବସିଥିଲେ ୪ ଜଣ। ହାଇୱା ୩ ଥର ଦେଇଥିଲା ଧକ୍କା। ଏଥିରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
Crime
ଆଇସିୟୁରେ ରଖି କରାଯାଉଥିଲା ଚିକିତ୍ସା, ଡାକ୍ତରଖାନା ଛାତରୁ ପଡ଼ି ଚାଲିଗଲା ଜୀବନ
କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଆଇସିୟୁରୁ ଜଣେ ରୋଗୀ ବାହାରକୁ ଆସିଲେ କେମିତି ?
Crime
ସାମାନ୍ୟ ବଚସା ହେଲା କାଳ; ସାଙ୍ଗ ଭୁଷି ଦେଲା ଛୁରୀ
ହଠାତ୍ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। । ଏଥିରେ ଉତ୍ତ୍ୟକ୍ତ ହୋଇ ବିନୟ ପାଖରେ ଥିବା ଏକ ଛୁରୀରେ ଅନ୍ତିଆଙ୍କୁ ଭୁଷି ଦେଇଥିଲେ।