ବରଗଡ଼ କିଡନୀ ଚୋରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ବରଗଡ଼: ବରଗଡ଼ର ଅନୀଲ ସ୍ୱାମୀଙ୍କ କିଡନୀ ଚୋରି ଅଭିଯୋଗ ଘଟଣାରେ ତଦନ୍ତ ପାଇଁ କ୍ରାଇବ୍ରାଞ୍ଚ ଟିମ୍ ବରଗଡ଼ରେ ପହଞ୍ଚିଛି । ଡିଏସପି ତେରାଜ୍ ପଟେଲ୍, ବିଳାସିନୀ ନାୟକ ଏବଂ ଏଏସ୍ଆଇ ପୀତବାସ ଦାସ ବରଗଡ଼ ଥାନାରେ ପହଞ୍ଚି ଅଭିଯୋଗକାରୀ ଅନୀଲ ସ୍ୱାମୀଙ୍କ ବୟାନ ରେକର୍ଡ କରିଛନ୍ତି। ଏହାପରେ ଟିମ୍ କିଡନୀ ଗ୍ରହଣ କରିଥିବା ରାଘବରାମ ଦୋରାଙ୍କ ଘରେ ପଚରାଉଚରା କରିଛନ୍ତି। ଅଭିଯୋଗ ଅନୁଯାୟୀ, ଘଟଣାଟି ୨୦୧୩ ମସିହାର। ସେତେବେଳେ ଅନୀଲ ସ୍ୱାମୀ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। […]

crimbranch

crimbranch

Rakesh Mallick
  • Published: Thursday, 07 January 2016
  • Updated: 08 January 2016, 04:13 AM IST

Sports

Latest News

crimbranchବରଗଡ଼: ବରଗଡ଼ର ଅନୀଲ ସ୍ୱାମୀଙ୍କ କିଡନୀ ଚୋରି ଅଭିଯୋଗ ଘଟଣାରେ ତଦନ୍ତ ପାଇଁ କ୍ରାଇବ୍ରାଞ୍ଚ ଟିମ୍ ବରଗଡ଼ରେ ପହଞ୍ଚିଛି । ଡିଏସପି ତେରାଜ୍ ପଟେଲ୍, ବିଳାସିନୀ ନାୟକ ଏବଂ ଏଏସ୍ଆଇ ପୀତବାସ ଦାସ ବରଗଡ଼ ଥାନାରେ ପହଞ୍ଚି ଅଭିଯୋଗକାରୀ ଅନୀଲ ସ୍ୱାମୀଙ୍କ ବୟାନ ରେକର୍ଡ କରିଛନ୍ତି। ଏହାପରେ ଟିମ୍ କିଡନୀ ଗ୍ରହଣ କରିଥିବା ରାଘବରାମ ଦୋରାଙ୍କ ଘରେ ପଚରାଉଚରା କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଘଟଣାଟି ୨୦୧୩ ମସିହାର। ସେତେବେଳେ ଅନୀଲ ସ୍ୱାମୀ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ସେ ଏକଥା ତାଙ୍କର ପଡ଼ୋଶୀ ଦାଶରଥୀ ଦୋରାଙ୍କୁ ଜଣାଇଥିଲେ। ଏହା ପରେ ଦାଶରଥୀ ଓ ତାଙ୍କର ଅନ୍ୟ ଜଣେ ଭାଇ ରାମକୃଷ୍ଣ ତାଙ୍କୁ ନେଇ ବୁର୍ଲା ମେଡିକାଲ ଓ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ତାଙ୍କର ଏକ କିଡନୀ ସମସ୍ୟା ହୋଇଯାଇଛି ବୋଲି କହିଥିଲେ ଦାଶରଥୀ ଓ ରାମକୃଷ୍ଣ। ଛୋଟ ଅପରେସନ୍ ଦ୍ୱାରା ଏହା ଠିକ୍ ହୋଇଯିବ ବୋଲି କହିଥିଲେ ଏହି ଦୁଇ ଭାଇ। ସେମାନେ ସରକାରୀ ଚାକିରିଆ। ତେଣୁ  ସରକାରୀ ଖର୍ଚ୍ଚରେ ସେମାନେ ତାଙ୍କର ଚିକିତ୍ସା କରାଇ ଦେବେ ବୋଲି କହିଥିଲେ। ତେବେ ଏଥିପାଇଁ ତାଙ୍କୁ ସେମାନଙ୍କ ଭାଇ ହେବାକୁ ପଡ଼ିବ ବୋଲି କହିଥିଲେ। ଯୋଜନା ଅନୁସାରେ ଜୟରାମ ଦୋରା ନାଁରେ ତାଙ୍କର ଜାଲ୍ ପରିଚୟପତ୍ର, ବ୍ୟାଙ୍କ୍ ପାସବୁକ୍ ଓ ଅନ୍ୟ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଥିଲା। ଏହା ପରେ ୨୦୧୩ ଅକ୍ଟୋବର ୫ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଶରୀରରୁ ଗୋଟିଏ କିଡନୀ କାଢ଼ି ନିଆଯାଇଛି।

ଅନୀଲ କହିଛନ୍ତି ଯେ ଦାଶରଥୀ ଓ ରାମକୃଷ୍ଣ ଏପରି କରିବା ପଛରେ ବିଶେଷ ଉଦ୍ଦେଶ୍ୟ ଥିଲା। ସେମାନଙ୍କର ଆଉ ଜଣେ ଭାଇ ରାଘବରାମ ଦୋରାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇ ଯାଇଥିଲା। ତେଣୁ ସେମାନେ ଯୋଜନା ବଦ୍ଧ ଭାବେ ତାଙ୍କୁ ଫସାଇ ତାଙ୍କର ଏକ କିଡନୀକୁ ନେଇ ରାଘବରାମଙ୍କଠାରେ ପ୍ରତ୍ୟାରୋପଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos