ଭୁବନେଶ୍ୱର ସିରିଜ ଆଟାକ ଘଟଣା: ଦୁଇ ଅଭିଯୁକ୍ତଙ୍କ ପରିଚୟ ମିଳିଲା

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ଘଟିଥିବା ସିରିଜ ଆଟାକ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ପରିଚୟ ପାଇଛି। ଏହି ଘଟଣାରେ ଗତକାଲି ପୋଲିସ ଜଣଙ୍କୁ ଗିରଫ କରିଥିଲା। ଖୁରରେ ଲୋକଙ୍କ ତଣ୍ଟି କାଟି ଲୁଟ୍‌ କରିଥିବା ଏହି ୩ ଜଣଙ୍କ ମଧ୍ୟରୁ ଜଣେ ଆଇନ ଓ ଜଣେ ଇଂଜିନିୟରିଂ ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣେ ଘରୋଇ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି। ଗତକାଲି ପ୍ରାୟ ଦେଢ ଘଣ୍ଟା ଧରି ରାଜଧାନୀ ରାଜରାସ୍ତାରେ ଆତଙ୍କ ସୃଷ୍ଟି କରିଥିବା ଏମାନେ […]

crime

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 09:12 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ଘଟିଥିବା ସିରିଜ ଆଟାକ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ପରିଚୟ ପାଇଛି। ଏହି ଘଟଣାରେ ଗତକାଲି ପୋଲିସ ଜଣଙ୍କୁ ଗିରଫ କରିଥିଲା। ଖୁରରେ ଲୋକଙ୍କ ତଣ୍ଟି କାଟି ଲୁଟ୍‌ କରିଥିବା ଏହି ୩ ଜଣଙ୍କ ମଧ୍ୟରୁ ଜଣେ ଆଇନ ଓ ଜଣେ ଇଂଜିନିୟରିଂ ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣେ ଘରୋଇ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି।

ଗତକାଲି ପ୍ରାୟ ଦେଢ ଘଣ୍ଟା ଧରି ରାଜଧାନୀ ରାଜରାସ୍ତାରେ ଆତଙ୍କ ସୃଷ୍ଟି କରିଥିବା ଏମାନେ ପଲସର ଗ୍ୟାଙ୍ଗର ୩ ସଦସ୍ୟ। ଏମାନେ ପ୍ରଥମ ଆଟାକ ସନ୍ଧ୍ୟା ୭ଟାରେ କରିଥିବା ବେଳେ ପୋଲିସର ଅପରେସନ୍‌ ରାତି ୯ଟାରେ ଆରମ୍ଭ ହୋଇଥିଲା। ପୋଲିସର ଏପରି ବିଳମ୍ବକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

Related story