ବ୍ରହ୍ମପୁର: ଏକ ବାଇକ୍ ଚୋରି ରାକେଟ୍ର ପର୍ଦ୍ଦାଫାଶ୍ କରିଛି ଗୋପାଳପୁର ଥାନା ପୋଲିସ। ଏହି ଗଘଣାରେ ଜଣଙ୍କୁ ଗିରଫ କରାଯିବା ସହ ୮ଟି ବାଇକ୍ ଓ ବହୁ ଯନ୍ତ୍ରପାତି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁଦର୍ଶନ ରେଡ୍ଡି।
ଲକ୍ଷ୍ମୀପୁର ଟାଟା କଲୋନୀର ସୁଦର୍ଶନଙ୍କ ପୁକୁଡ଼ିବନ୍ଧ ଛକରେ ଏକ ଗ୍ୟାରଜ୍ ରହିଛି। ଏହି ଗ୍ୟାରେଜରେ ସେ ଚୋରା ବାଇକ୍ ବିକ୍ରି କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପୋଲିସ୍ ଟିମ୍ ଗ୍ୟାରେଜ୍ ଉପରକୁ ଚଢ଼ାଉ କରିଥିଲା।
ସୁଦର୍ଶନ ନିଜର ସହଯୋଗୀଙ୍କ ସହାୟତାରେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରାଇ ଗ୍ୟାରେଜକୁ ଆଣୁଥିଲା। ଏଠାରେ ବାଇକ୍ ଗୁଡ଼ିକର ଯନ୍ତ୍ରପାତି ଅଦଳ ବଦଳ କରାଯାଇ ଏହାକୁ ବିକ୍ରି କରାଯାଉଥିଲା । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯବି ବୋଲି ସଦର ଏସଡ଼ିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।