ବ୍ରହ୍ମପୁର: ୪ ଫିଲିପାଇନ୍ସ ନାଗରିକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମେରାଇନ୍‌ ଥାନା ପୋଲିସ୍‌ ଆଜି ୪ ଜଣ  ଫିଲିପାଇନ୍ସ ନାଗରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ଆଇଆରଇରୁ କଳାବାଲି ନେବା ପାଇଁ ଏମ୍‌ବି ଫର୍ଚୁନ ଜାହାଜରେ ଗୋପାଳପୁର ଆସିଥିଲେ। ଫିଲିପାଇନ୍ସର ଏହି ୪ ନାଗରିକ କଟକଣା ଥିବା ଥୁରାଇ ସାଟେଲାଇଟ୍‌ ଫୋନ୍‌ରେ କଥା ହେଉଥିବାରୁ ପୋଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ଭାରତୀୟ ୱେରଲେସ୍‌ ଟେଲିଗ୍ରାଫ ଆଇନ ଅନୁସାରେ ଏମାନଙ୍କୁ ଗିରଫ କରାଯାଇଥିବା ପୋଲିସ୍‌ କହିଛି। ଗିରଫ ୪ ଜଣଙ୍କୁ କୋର୍ଟ […]

brahampur

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 10:16 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମେରାଇନ୍‌ ଥାନା ପୋଲିସ୍‌ ଆଜି ୪ ଜଣ  ଫିଲିପାଇନ୍ସ ନାଗରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ଆଇଆରଇରୁ କଳାବାଲି ନେବା ପାଇଁ ଏମ୍‌ବି ଫର୍ଚୁନ ଜାହାଜରେ ଗୋପାଳପୁର ଆସିଥିଲେ।

ଫିଲିପାଇନ୍ସର ଏହି ୪ ନାଗରିକ କଟକଣା ଥିବା ଥୁରାଇ ସାଟେଲାଇଟ୍‌ ଫୋନ୍‌ରେ କଥା ହେଉଥିବାରୁ ପୋଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ଭାରତୀୟ ୱେରଲେସ୍‌ ଟେଲିଗ୍ରାଫ ଆଇନ ଅନୁସାରେ ଏମାନଙ୍କୁ ଗିରଫ କରାଯାଇଥିବା ପୋଲିସ୍‌ କହିଛି। ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related story