ଭୁବନେଶ୍ୱର: ଗହଣା ଦୋକାନରୁ ଲୁଟ୍‌

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ଗହଣା ଦୋକାନରୁ ଆଜି ଲକ୍ଷାଧିକ ଟଙ୍କାର  ଅଳଙ୍କାର ଲୁଟ୍‌ କରି ଲୁଟେରା  ଚମ୍ପଟ ମାରିଛନ୍ତି। ସକାଳେ ବ୍ୟବସାୟୀ ଜଣକ ଦୋକାନ ଖୋଲି ପାଖ ଦୋକାନକୁ ଯାଇଥିବା ବେଳେ ଲୁଟେରାମାନେ ଏହି କାଣ୍ଡ  ଭିଆଇଥିଲେ। ଏନେଇ ସେ ଅଭିଯୋଗ କରିବା ପରେ  ମଞ୍ଚେଶ୍ୱର ପୋଲିସ୍‌ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।