ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ପୁଅଙ୍କୁ ଆକ୍ରମଣ, ୫ ଅଟକ

ଭୁବନେଶ୍ୱର: ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଜୟଦେବ ବିହାର ଛକରେ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ପୁଅ ସୂର୍ଯ୍ୟ ନାରାୟଣଙ୍କୁ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନୟାପଲ୍ଲୀ ଥାନା ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି।

ଗତକାଲି ରାତିରେ ସୂର୍ଯ୍ୟନାରାୟଣ ତାଙ୍କ ଗାଡ଼ିରେ ଯାଉଥିବା ବେଳେ ଛୋଟିଆ ଦୁର୍ଘଟଣା ଘଟିଥିଲା। ଏହା ପରେ କିଛି ଯୁବକ ତାଙ୍କ ଗାଡ଼ିକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌କୁ ବି ଠେଲାପେଲା କରିଥିଲେ ସେହି ଯୁବକମାନେ।