ଫାଇନାନ୍ସ କମ୍ପାନୀ ଅଫିସ ନିକଟରେ ଫୁଟିଲା ବୋମା

ସନ୍ଧ୍ୟା ପ୍ରାୟ ସାତଟା ରୁ ସାଢ଼େ ସାତଟା ମଧ୍ୟରେ ଏହି ଘଟଣା ଘଟିଛି।

ଏହି ସ୍ଥାନରେ ଫୁଟିଥିଲା ବୋମା

  • Published: Saturday, 26 October 2024
  • , Updated: 26 October 2024, 09:21 PM IST

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଏକ ଫାଇନାନ୍ସ କମ୍ପାନୀ ଅଫିସ ନିକଟରେ ଆଜି ସନ୍ଧ୍ୟାରେ ଫୁଟିଛି ବୋମା। ବୁଲେଟରେ ଆସି ଦୁଇ ଜଣ ବ୍ୟକ୍ତି ଦୁଇ ଗୋଟି ବୋମା ପକାଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।

ସନ୍ଧ୍ୟା ପ୍ରାୟ ସାତଟା ରୁ ସାଢ଼େ ସାତଟା ମଧ୍ୟରେ ଏହି ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତନାଘନା କରିଛି। ଫୁଟିଥିବା ବୋମାର ସୁତୁଲିକୁ ପୁଲିସ ରାସ୍ତା ଉପରୁ ଜବତ କରିଛି। ତେବେ ବୋମା କାହା ଉଦ୍ଦେଶ୍ୟରେ ନିକ୍ଷେପ କରାଯାଇଥିଲା ବା କେଉଁ ଉଦ୍ଦେଶ୍ୟରେ ଫିଙ୍ଗା ଯାଇଥିଲା, ତାହା ଜଣାପଡ଼ିନାହିଁ।

Related story