ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍ଫଣ୍ଡ ଠକେଇ ମାମଲାରେ ରିମାଣ୍ଡରେ ଥିବା ଟିଏମ୍ସି ସାଂସଦ ତାପସ୍ ପାଲଙ୍କ ଝିଅ ସୋହିନୀ ପାଲ ଆଜି ସିବିଆଇରେ ହାଜର ହୋଇଛନ୍ତି। ନୋଟିସ୍ ମୁତାବକ ସୋହିନୀ ଆଜି ଭୁବନେଶ୍ୱର ଆସି ହାଜର ହୋଇଥିଲେ।
ତାପସ୍ ରୋଜଭ୍ୟାଲି କମ୍ପାନୀର ନିର୍ଦ୍ଦେଶକ ଥିବା ବେଳେ ଝିଅ, ପତ୍ନୀ ଓ ଭାଣିଜୀଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଥିଲେ। ସୋହିନୀ କେଉଁ ପଦବୀରେ ଥିଲେ ଓ ତାଙ୍କ ସମୟରେ କେତେ ଟଙ୍କା କାରବାର ହୋଇଛି ସେ ନେଇ ସିବିଆଇ ଜାଣିବାକୁ ଚାହିଁଛି।
ମାନସିକ ଅବସ୍ଥା ଭଲ ନ ଥିବାରୁ ତାପସଙ୍କୁ ଆଜି ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ତାପସ ସୁସ୍ଥ ନ ଥିଲେ ମଧ୍ୟ ସିବିଆଇ ଜେରାର ସମ୍ମୁଖୀନ ହୋଇପାରିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ଅନ୍ୟପକ୍ଷରେ ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ସମ୍ପୃକ୍ତ ଥିବା ନେଇ ତାପସ୍ କରିଥିବା ଅଭିଯୋଗ ଉପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ କରି ସୁପ୍ରିୟୋ କହିଛନ୍ତି ଏ ନେଇ ସେ ମାନହାନୀ ମୋକଦ୍ଦମା କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।