ଚିଟଫଣ୍ଡ ଠକେଇ: ରୋଜଭ୍ୟାଲିର ଦୁଇ ଅଧିକାରୀଙ୍କୁ ଜେରା ଚଳାଇଛି ସିବିଆଇ

ଭୁବନେଶ୍ୱର: ଚିଟଫଣ୍ଡ୍ ସଂସ୍ଥା ରୋଜଭ୍ୟାଲିର ଅର୍ଥ କାରବାର ନେଇ ସିବିଆଇ ପକ୍ଷରୁ ତନାଘନା ଜାରି ରହିଛି । ଓଡ଼ିଶାରେ କମ୍ପାନୀ କେତେ ଟଙ୍କ।ର କାରବାର କେଉଁ କେଉଁ ସ୍ଥାନରେ କରୁଥିଲା ସେ ସମ୍ପର୍କରେ କମ୍ପାନୀର ୨ ଅଧିକାରୀଙ୍କୁ ପଚରାଉଚରା କରୁଛନ୍ତି ସିବିଆଇ ଅଧିକାରୀ। ଓଡ଼ିଶାରେ ରୋଜଭ୍ୟାଲି ଗ୍ରୁପ ୫୦ କୋଟି ଟଙ୍କ। ଠକି ନେଇଥିବା ଅଭିଯୋଗ ହୋଇଛି। ରୋଜଭ୍ୟାଲି ଗ୍ରୁପର ୨ ଅଧିକାରୀ ଏମଡି ଶିବମୟ ଦତ୍ତ ଏବଂ ନିର୍ଦ୍ଦେଶକ ଅଶୋକ କୁମାର ଶାହାଙ୍କୁ ସିବିଆଇ କୋଲକତାରୁ […]

rose vally

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 03:24 PM IST

ଭୁବନେଶ୍ୱର: ଚିଟଫଣ୍ଡ୍ ସଂସ୍ଥା ରୋଜଭ୍ୟାଲିର ଅର୍ଥ କାରବାର ନେଇ ସିବିଆଇ ପକ୍ଷରୁ ତନାଘନା ଜାରି ରହିଛି । ଓଡ଼ିଶାରେ କମ୍ପାନୀ କେତେ ଟଙ୍କ।ର କାରବାର କେଉଁ କେଉଁ ସ୍ଥାନରେ କରୁଥିଲା ସେ ସମ୍ପର୍କରେ କମ୍ପାନୀର ୨ ଅଧିକାରୀଙ୍କୁ ପଚରାଉଚରା କରୁଛନ୍ତି ସିବିଆଇ ଅଧିକାରୀ। ଓଡ଼ିଶାରେ ରୋଜଭ୍ୟାଲି ଗ୍ରୁପ ୫୦ କୋଟି ଟଙ୍କ। ଠକି ନେଇଥିବା ଅଭିଯୋଗ ହୋଇଛି। ରୋଜଭ୍ୟାଲି ଗ୍ରୁପର ୨ ଅଧିକାରୀ ଏମଡି ଶିବମୟ ଦତ୍ତ ଏବଂ ନିର୍ଦ୍ଦେଶକ ଅଶୋକ କୁମାର ଶାହାଙ୍କୁ ସିବିଆଇ କୋଲକତାରୁ ଗିରଫ କରିଥିଲା । ପରେ ସେମାନଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇ ଜେରା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ରୋଜଭ୍ୟାଲି କେବେଠାରୁ କାରବାର କରୁଛି, କେଉଁ କେଉଁ ସହରରେ ତାର ଅଫିସ ରହିଛି, କେତେ ଟଙ୍କାର କାରବାର କମ୍ପାନୀ କରିଛି ଏମିତି ପ୍ରଶ୍ନର ଉତ୍ତର ସିବିଆଇ ଖୋଜୁଛି । ଆସନ୍ତା ୨୩ ତାରିଖ ଯାଏଁ ଜେରା ବେଳେ ସିବିଆଇ ଏହାର ଉତ୍ତର ଆଦାୟ କରିବାକୁ ଚେଷ୍ଟା କରୁଛି । ଗତ ମାର୍ଚ୍ଚରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲା ନେଇ ଓଡ଼ିଶା ସମେତ ୧୦ଟି ରାଜ୍ୟର ୪୩ଟି ସ୍ଥାନରେ ସିବିଆଇ ଏକକାଳୀନ ଚଢାଉ କରିଥିଲା। ରୋଜଭ୍ୟାଲି ଗ୍ରୁପ୍ ଓଡ଼ିଶାରେ ୬୫ଟି ବ୍ରାଞ୍ଚ ଖୋଲି ଜମାକାରୀଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂସ୍ଥା ନାଁରେ ୨୫ଟି ଠକେଇ ଅଭିଯୋଗ ଆସିବା ପରେ ୨୦୧୩ ଜୁନରେ କ୍ରାଇମବ୍ରାଞ୍ଚ ଏହି ସଂସ୍ଥା ଉପରେ ଚଢାଉ କରିଥିଲା। ସଂସ୍ଥାର ୧୭ ଏକର ଜମି, ୫୩ କୋଟି ଟଙ୍କ।ର ବ୍ୟାଙ୍କ ଜମା ଜବତ କରାଯିବା ସହ ଏକ ମାମଲା ରୁଜୁ କରାଯାଇ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ଫେବ୍ରୁୟାରୀ ୨୫ ତାରିଖରେ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ପବ୍ଲିକ ଅକ୍ସନ ଜରିଆରେ ରୋଜଭ୍ୟାଲି ଗ୍ରୁପ ପ୍ରାୟ ୬୩ କୋଟି ୬୪ ଲକ୍ଷ ଟଙ୍କ।ର ସମ୍ପତ୍ତି ବିକ୍ରି କରିବାକୁ ନିର୍ଦ୍ଦେଶ ଦେବା ସହ ବିକ୍ରି ଲବ୍ଧ ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ଦିଆଯିବ ବୋଲି କହିଥିଲେ।

Related story