ଚାକିରି ଦେବା ନାଁରେ ମହିଳାଙ୍କୁ ବଳାତ୍କାର ଅଭିଯୋଗ

କଟକ: ଚାକିରି ଦେବା ନାଁରେ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଆଜି କଟକର ନିଶାମଣି ସିନେମା ହଲ୍‌ ନିକଟରେ ଥିବା ସାଇ କନ୍‌ସଲ୍‌ଟାନ୍‌ସି ନାମକ ଏକ ସଂସ୍ଥାର ମାଲିକଙ୍କୁ ବାଦାମବାଡ଼ି ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ବିଶ୍ୱଜିତ ପ୍ରଧାନ।

ମହିଳା ଜଣଙ୍କ ଆଜି ଉକ୍ତ ଅଫିସ୍‌କୁ ଯାଇଥିବା ବେଳେ ବିଶ୍ୱଜିତ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ଉକ୍ତ ମହିଳାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କ ଡାକ୍ତରୀମାଇନା କରିଥିଲା। ଏହା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।