ଡି’ ବ୍ରଦର୍ସ ମାମଲା: ବିଶାଖାପାଟଣାରୁ ଫେରିଲା ତଦନ୍ତକାରୀ ଟିମ୍, ଜବତ କାଗଜପତ୍ରରେ ଚାଲିଛି ଯାଞ୍ଚ

ଭୁବନେଶ୍ୱର: ଗିରଫ ଟେଣ୍ଡର ମାଫିଆ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ବାସଭବନ ଖାନତଲାସି କରି ଫେରି ଆସିଛି କମିଶନରେଟ୍ ପୋଲିସ୍‌ର ତଦନ୍ତକାରୀ ଟିମ୍। ଧଳସାମନ୍ତ ଭ୍ରାତାଙ୍କ ବିଶାଖାପାଟଣା ଘରୁ ମିଳିଥିବା କାଗଜପତ୍ର, ମୋବାଇଲ୍, ସିମ୍ ଓ କଂପ୍ୟୁଟର୍ ହାର୍ଡଡିସ୍କର ଯାଞ୍ଚ କରାଯାଉଛି। କଟକ ଡିସିପି ସଂଜୀବ ଆରୋରାଙ୍କ ନେତୃତ୍ୱରେ ଏଗୁଡ଼ିକର ଯାଞ୍ଚ କରାଯାଉଛି। ଏ ସଂପର୍କରେ ସୂଚନା ଦେଇ ପୋଲିସ୍ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, ଧଳସାମନ୍ତ ଭ୍ରାତାଙ୍କ ବିଶାଖାପାଟଣା […]

cp-on-d-brothers

cp-on-d-brothers

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 11:16 AM IST

Sports

Latest News

cp-on-d-brothersଭୁବନେଶ୍ୱର: ଗିରଫ ଟେଣ୍ଡର ମାଫିଆ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ବାସଭବନ ଖାନତଲାସି କରି ଫେରି ଆସିଛି କମିଶନରେଟ୍ ପୋଲିସ୍‌ର ତଦନ୍ତକାରୀ ଟିମ୍। ଧଳସାମନ୍ତ ଭ୍ରାତାଙ୍କ ବିଶାଖାପାଟଣା ଘରୁ ମିଳିଥିବା କାଗଜପତ୍ର, ମୋବାଇଲ୍, ସିମ୍ ଓ କଂପ୍ୟୁଟର୍ ହାର୍ଡଡିସ୍କର ଯାଞ୍ଚ କରାଯାଉଛି। କଟକ ଡିସିପି ସଂଜୀବ ଆରୋରାଙ୍କ ନେତୃତ୍ୱରେ ଏଗୁଡ଼ିକର ଯାଞ୍ଚ କରାଯାଉଛି।

ଏ ସଂପର୍କରେ ସୂଚନା ଦେଇ ପୋଲିସ୍ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, ଧଳସାମନ୍ତ ଭ୍ରାତାଙ୍କ ବିଶାଖାପାଟଣା ଘରୁ ଗୋଟିଏ ସିଙ୍ଗିଲ୍ ବ୍ୟାରେଲ୍ ବନ୍ଧୁକ, ପ୍ରାୟ ୫୦ ରାଉଣ୍ଡ ଗୁଳି ସହିତ ଅନେକ କାଗଜପତ୍ର ଜବତ କରାଯାଇଛି। ଏକ କଂପ୍ୟୁଟର୍ ମଧ୍ୟ ଜବତ କରାଯାଇଛି। ଏଗୁଡ଼ିକର ଯାଞ୍ଚ ଚାଲିଛି। ଜବତ ମୋବାଇଲ୍, ସିମ୍ କାର୍ଡ, କଂପ୍ୟୁଟର ହାର୍ଡଡିସ୍କ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିବା ପାଇଁ କିଛି ସମୟ ଲାଗିବ। କଟକ ଡିସିପିଙ୍କ ନେତୃତ୍ୱରେ ଏହି ଯାଞ୍ଚ ଚାଲିଛି।

ପୋଲିସ୍ କମିଶନର ଆହୁରି ମଧ୍ୟ କହିଛନ୍ତି ଯେ ଧଳସାମନ୍ତ ଭ୍ରାତାଙ୍କ ବିଶାଖାପାଟଣା ଘରୁ ଦୀପୁ ମଲ୍ଲିକର ଡ୍ରାଇଭିଂ ଲାଇସେନ୍ସ ଓ ଫଟୋ ମିଳିଛି। ଦୀପୁ ମଲ୍ଲିକ ହତ୍ୟା ଅଭିଯୋଗ ଘଟଣାର ତଦନ୍ତରେ ଏହା ବେଶ୍ ସହାୟକ ହେବ। ଦୀପୁର ଡ୍ରାଇଭିଂ ଲାଇସେନ୍ସ ଓ ଫଟୋ ପ୍ରମାଣର ଏକ ଅଂଶ।

ଧଳସାମନ୍ତ ଭ୍ରାତାଙ୍କର ତଦନ୍ତର ଅନ୍ୟ ଦିଗଗୁଡ଼ିକ ଉପରେ ସୂଚନା ଦେଇ କମିଶନର କହିଛନ୍ତି ଯେ ଶୁକ୍ରବାର ଓ ଗୁରୁବାର ବିଭିନ୍ନ ସ୍ଥାନରେ ପୋଲିସ୍ ଚଢ଼ାଉ କରିଥିଲା। କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଅପରାଧିକ ପୃଷ୍ଠଭୂମି ଥିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଏବେ ସାଧାରଣ ଲୋକେ ଧଳସାମନ୍ତ ଭ୍ରାତାଙ୍କ ସଂପର୍କରେ ସୂଚନା ଦେବା ଆରମ୍ଭ କଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos