ଦେବଗଡ: ଭୁଜାଲି ଦେଖାଇ ଡାକ୍ତରଖାନା କର୍ମଚାରୀଙ୍କୁ ଭୟଭୀତ କରିବା ଅଭିଯୋଗରେ ଯୁବକ ଅଟକ

ଦେବଗଡ: ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବକର ଉନ୍ମତ୍ତକାଣ୍ଡ । ଆଜି ଦେବଗଡର ଟୁଟୁ ନାମକ ଜଣେ ଯୁବକ ଡାକ୍ତରଖାନା ପରିସରରେ ପଶି ଭୁଜାଲି ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିବା ଅଭିଯୋଗରେ ହୋଇଛି। ଯୁବକ ଜଣକ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଥିବା କବାଟ ଓ ଆସବାବପତ୍ର ଗୁଡିକୁ ମଧ୍ୟ ନଷ୍ଟ କରିଦେଇଥିବା ଜଣାପଡିଛି । ଖବର ପାଇ ଦେବଗଡ ପୋଲିସ ହସପିଟାଲକୁ ଯାଇ ଯୁବକକୁ କାବୁ କରିଥିଲା । ତାକୁ ଥାନାକୁ ଆଣି ପଚରାଉଚୁରା କରୁଛି ପୋଲିସ […]

debagard

Rakesh Mallick
  • Published: Saturday, 10 October 2015
  • , Updated: 10 October 2015, 02:10 PM IST

ଦେବଗଡ: ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବକର ଉନ୍ମତ୍ତକାଣ୍ଡ । ଆଜି ଦେବଗଡର ଟୁଟୁ ନାମକ ଜଣେ ଯୁବକ ଡାକ୍ତରଖାନା ପରିସରରେ ପଶି ଭୁଜାଲି ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିବା ଅଭିଯୋଗରେ ହୋଇଛି। ଯୁବକ ଜଣକ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଥିବା କବାଟ ଓ ଆସବାବପତ୍ର ଗୁଡିକୁ ମଧ୍ୟ ନଷ୍ଟ କରିଦେଇଥିବା ଜଣାପଡିଛି । ଖବର ପାଇ ଦେବଗଡ ପୋଲିସ ହସପିଟାଲକୁ ଯାଇ ଯୁବକକୁ କାବୁ କରିଥିଲା । ତାକୁ ଥାନାକୁ ଆଣି ପଚରାଉଚୁରା କରୁଛି ପୋଲିସ ।

Related story