ଢେଙ୍କାନାଳ କଲେଜ୍ ଡବଲ୍‌ ମର୍ଡର ଘଟଣାରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ: ବହୁ ଚର୍ଚ୍ଚିତ ଢେଙ୍କାନାଳ ମହାବିଦ୍ୟାଳୟ ଡବଲ୍ ମର୍ଡର ମାମଲାର ଶୁଣାଣି କରି ଆଜି ଜିଲ୍ଲା ଦୌରା ଜଜ୍‌ ୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ପ୍ରଭାଶିଷ ମିଶ୍ର ଓ କିଶୋର ବେହେରା। ସେମାନଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ନ ଦେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ଦେଇଛନ୍ତି। ଏହି ମାମଲାରେ କୋର୍ଟ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। […]

dklcourt

dklcourt

Rakesh Mallick
  • Published: Tuesday, 28 February 2017
  • Updated: 28 February 2017, 05:31 PM IST

ଢେଙ୍କାନାଳ: ବହୁ ଚର୍ଚ୍ଚିତ ଢେଙ୍କାନାଳ ମହାବିଦ୍ୟାଳୟ ଡବଲ୍ ମର୍ଡର ମାମଲାର ଶୁଣାଣି କରି ଆଜି ଜିଲ୍ଲା ଦୌରା ଜଜ୍‌ ୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ପ୍ରଭାଶିଷ ମିଶ୍ର ଓ କିଶୋର ବେହେରା। ସେମାନଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ନ ଦେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ଦେଇଛନ୍ତି।

ଏହି ମାମଲାରେ କୋର୍ଟ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଚାରି ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି।

୨୦୧୦ ମସିହା ଡିସେମ୍ବର ୨୩ ତାରିଖରେ କଲେଜ ନିର୍ବାଚନକୁ ନେଇ ଢେଙ୍କାନାଳ କଲେଜ କ୍ୟାମ୍ପସ୍ ପରିସରରେ କମଳ ଦଳେଇ ଓ ସଂଗ୍ରାମ ମହାନ୍ତିଙ୍କୁ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos