ଜମି ବିବାଦ: ଦାଦାର ତୀର ମାଡ଼ରେ ପୁତୁରା ଗୁରୁତର

ଢେଙ୍କାନାଳ: ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ହରିଡ଼ାପଡ଼ା ଗାଁରେ ଦାଦାର ତୀର ମାଡ଼ରେ ପୁତୁରା ଚନ୍ଦନ ମୁଣ୍ଡା ଗୁରୁତର ହୋଇଛନ୍ତି। ଏହି ଘଟଣା ଗତକାଲି ଘଟିଛି। ଚନ୍ଦନଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।