୩ ଡକାୟତ ଗିରଫ: ୧ ପିସ୍ତଲ, ୪ ଗୁଳି ଜବତ

ଭଞ୍ଜନଗର: ଡକାୟତି ଯୋଜନା କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ପଞ୍ଚଭୂତ ଗାଁ ନିକଟ ମୁଣ୍ଡିଆରୁ ୩ ଜଣ ଡକାୟତଙ୍କୁ ପୋଲିସ୍ ଗିରଫ କରିଛି। ଦୁଇ ଜଣ ଫେରାର ହୋଇଯାଇଥିଲେ। ଗିରଫ ଡକାୟତମାନଙ୍କଠାରୁ ଗୋଟିଏ ପିସ୍ତଲ, ୪ଟି ଗୁଳି, ୩ଟି ବୋମା ଓ ୨ଟି ବାଇକ୍ ଜବତ କରାଯାଇଛି।