ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଗୋରୁମହିଷାଣୀ ଲୁହାଖଣିର ମ୍ୟାନେଜର ହରେନ୍ଦ୍ର ନାଥ ଦାସଙ୍କୁ ବନ ବିଭାଗ ଗିରଫ କରିଛି। ୨୦୧୪ ମସିହାରେ ଏକ ମାମଲାରେ ଭିତ୍ତିରେ ହରେନ୍ଦ୍ରଙ୍କୁ ବନ ବିଭାଗ ଗିରଫ କରିଛି।
ଗୋରୁମହିଷାଣୀ ଲୁହାଖଣିର ମ୍ୟାନେଜର ହରେନ୍ଦ୍ର ନାଥ ଓ ମାଲିକ ଜଗଦୀଶ ମିଶ୍ରଙ୍କ ନାଁରେ ବେଆଇନ ଲୁହା ପଥର ଉତ୍ତୋଳନ ଓ ରପ୍ତାନୀ ଓ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବେଆଇନ ଉତ୍ତୋଳନ ନେଇ ମାମଲା ଥିଲା। ଏହି ମାମଲାରେ ଉଭୟ ଫେରାର ଥିଲେ।
ରାଇରଙ୍ଗପୁର ରେଞ୍ଜ ଅଫିସର ଅଶୋକ କୁମାର ଦାଶ,“୨୦୧୪ ଅଗଷ୍ଟ ୨୦ ତାରିଖରେ ବେଆଇନ ଖଣି କାରବାର ଅଭିଯୋଗରେ ହରେନ୍ଦ୍ର ନାଥ ଏବଂ ଜଗଦୀଶ ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେବେଠାରୁ ଉଭୟ ଫେରାର ଥିଲେ। ହରେନ୍ଦ୍ରଙ୍କୁ ଗିରଫ କରାଯାଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।