ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ବାଲିସାହି ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଗୋଡିପାଟିଆ ଗ୍ରାମର ଉସିବ ରାଉତ (୪୦)। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୨୦୦ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ-ଡୁବୁରୀ ରାସ୍ତାର ବାଲିସାହି ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଖବରପାଇ ଯାଜପୁର ଏସଡିପିଓ ଯୁଗଳ କିଶୋର ଦାସ ଏବଂ […]

jajpur-murder

jajpur-murder

Rakesh Mallick
  • Published: Tuesday, 02 February 2016
  • Updated: 02 February 2016, 11:30 AM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ବାଲିସାହି ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଗୋଡିପାଟିଆ ଗ୍ରାମର ଉସିବ ରାଉତ (୪୦)।

ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୨୦୦ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ-ଡୁବୁରୀ ରାସ୍ତାର ବାଲିସାହି ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଖବରପାଇ ଯାଜପୁର ଏସଡିପିଓ ଯୁଗଳ କିଶୋର ଦାସ ଏବଂ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଆଜି ସକାଳୁ ବାଲିସାହି ଛକ ନିକଟ ଏକ ପଡିଆରେ ଉସିବର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ତା’ ପାଟିରୁ ରକ୍ତ ବାହାରିବା ସହ ଗଳାରେ ଚିହ୍ନ ରହିଛି ଓ ନିକଟରେ ମଦ ବୋତଲ ପଡିଥିଲା। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉସିବକୁ ହତ୍ୟା କରାଯାଇଥିବା ଏତଲାରେ ତାଙ୍କ ପରିବାର ପକ୍ଷରୁ ଉଲ୍ଲେଖ କରାଯାଇଛି।

ଜେନାପୁର ଏସଆଇ କଳାକାର ନାୟକ କହିଛନ୍ତି, ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos