୨୮ବର୍ଷ ତଳର ଡକାୟତି ମାମଲା: ଜୟପୁର ବ୍ଲକ ବିଜେଡି ସଭାପତି ଗିରଫ

ଜୟପୁର: ୨୮ବର୍ଷ ତଳର ଏକ ଡକାୟତି ମାମଲାରେ ବିଜେଡ଼ି ଜୟପୁର ବ୍ଲକ ସଭାପତି ଧନ ଖରାଙ୍କୁ ଛତିଶଗଡ଼ ବସ୍ତର ଜିଲ୍ଲା ନଗରନାର ପୋଲିସ ଗିରଫ କରିଛି। ୪୮ ବର୍ଷ ବୟସ୍କ ଧନଙ୍କ ଘର ବୋରିଗୁମ୍ମା ବ୍ଲକ ଫୁଫୁଗାଁରେ। ଏହି ମାମଲାରେ ୭ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଧନ ଜଣେ ବୋଲି ସୂଚନା ମିଳିଛି। କୋର୍ଟରେ ଧନଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଜଗଦଳପୁର ସେଣ୍ଟ୍ରାଲ ଜେଲକୁ ପଠାଇ ଦିଆଯାଇଛି।